ରାଜନୀତି

ଭାଙ୍ଗି ଗଲା ମଞ୍ଚ , ତଳେ ପଡିଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

(ନୂଆଦିଲ୍ଲୀ) ; ଭାଷଣ ଦେବା ସମୟରେ ଭାଙ୍ଗିଗଲା ମଞ୍ଚ , ତଳେ ପଡିଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ । ୯ ବର୍ଷର ନାବାଳିକାଙ୍କ ସହ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲା ସାମ୍ନାକୁ ଆସିବା ପରେ ପୀଡିତାଙ୍କ ପରିବାରକୁ ଭେଟିବା ପାଇଁ ଯାଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ମୁଖ୍ୟମନ୍ତ୍ରୀ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଘୋଷଣା ମଧ୍ୟ କରିଥିଲେ । କିନ୍ତୁ ଏହି ସମୟରେ କେଜ୍ରିଓ୍ବାଲଙ୍କ ସହ ଏକ ଦୁର୍ଘଟଣା ଘଟିଛି ।ଲୋକଙ୍କୁ ସମ୍ବୋଧନ କରିବାକୁ ମଞ୍ଚରେ ଚଢ଼ିଥିଲେ କେଜ୍ରିଓ୍ବାଲ। ତାଙ୍କ ପଛେ ପଛେ ଅନ୍ୟ ନେତା-କର୍ମୀ ମଧ୍ୟ ମଞ୍ଚକୁ ଚଢ଼ିଥିଲେ। ଏହା ପରେ ମଞ୍ଚ ଭାଙ୍ଗିପଡ଼ିଥିଲା ଆଉ ଏକେ ସିଧା ତଳେ ପଡ଼ିଯାଇଥିଲେ । ତାଙ୍କ ସହ ଅନ୍ୟମାନେ ମଧ୍ୟ ମଞ୍ଚରୁ ଗଳିପଡ଼ିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭିଡ଼ ଭିତରୁ ବାହାରକୁ ଅଣାଯାଇଥିଲା। ପରେ ସେ ପୀଡ଼ିତାଙ୍କ ପରିବାରଙ୍କୁ ମଧ୍ୟ ଭେଟିଥିଲେ।

 

Related posts

ଆଜିଠୁ ସଂସଦର ଶୀତ ଅଧିବେଶନ, ହେବ ୧୫ଟି ବୈଠକ

mahabharatanews

ଅନୁସୂଚିତ ଜନଜାତି ତାଲିକା ଲାଗି କେନ୍ଦ୍ରକୁ ନବୀନଙ୍କ ଚିଠି

mahabharatanews

ବିଜୟଙ୍କୁ ଦିତ୍ୱୀୟ ଥର ପାଇଁ ନିରାଶ କଲେ ରାଜ୍ୟପାଳ…

mahabharatanews