Uncategorized

ଭିଆରଏସ ନେଇ ରାଜନୀତି କରିବା କଣ ପାପ: ଗୁପ୍ତେଶ୍ୱର ପାଣ୍ଡେ

ପାଟଣା: ବିହାରର ପୋଲିସ ମହା ନିର୍ଦ୍ଦେଶକ(ଡିଜିପି) ପଦରୁ ଗୁପ୍ତେଶ୍ଵର ପାଣ୍ଡେ ମଙ୍ଗଳବାର ସ୍ଵେଚ୍ଛାକୃତ ଅବସର (ଭିଆରଏସ) ନେଇଛନ୍ତି। ଭିଆରଏସ ନେବାର ଗୋଟିଏ ଦିନ ପରେ ବୁଧବାର ଫେସବୁକ ଲାଇଭରେ ସେ କହିଛନ୍ତି ସୁଯୋଗ ମିଳିଲେ ନିର୍ବାଚନ ଲଢିବି। ମୁଁ ଜଣେ ସ୍ଵାଧୀନ ନାଗରିକ। ନିଶ୍ଚିତ ଭାବେ ନିର୍ବାଚନକୁ ଓହ୍ଲାଇବି। ମୁଁ କାହାକୁ ଡରି ବସିବାର ଲୋକ ନୁହେଁ।
୧୯୮୭ ବ୍ୟାଚର ଅଫିସର ଗୁପ୍ତେଶ୍ଵର ପାଣ୍ଡେଙ୍କ ଭିଆରଏସ ଆବେଦନକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଥିଲେ ମଙ୍ଗଳବାର । ଗୁପ୍ତେଶ୍ଵର ପାଣ୍ଡେଙ୍କୁ ଗତ ବର୍ଷ ବିହାରର ପୋଲିସ ମହାନିର୍ଦ୍ଦେଶକ ପଦରେ ନିଯୁକ୍ତ କରାଯାଇଥିଲା। ଗୁପ୍ତେଶ୍ଵରଙ୍କୁ ଆସନ୍ତା ବର୍ଷ ଫେବୃଆରୀରେ ଅବସର ନେବାର ଥିଲା। ଭିଆରଏସ ନେବା ପରେ ପାଣ୍ଡେ ନିଜର ଫେସବୁକ ଲାଇଭରେ ନିର୍ବାଚନ ଲଢିବା ସମ୍ଭାବନା ବିଷୟରେ କହିଛନ୍ତି ଯେ, କଣ ନିର୍ବାଚନ ଲଢିବା ପାପ? ଭିଆରଏସ ନେଇ ନିର୍ବାଚନ ଲଢିବା ପାପ କି? କଣ ମୁଁ ପ୍ରଥମ ଥର ଏମିତି କରୁଛି?
ତେବେ ଏହାକୁ ନେଇ ଶିବସେନା ବୁଧବାର ତାଙ୍କୁ ଟାର୍ଗେଟ କରିଥିଲା । ଶିବସେନା ନେତା ପ୍ରିୟଙ୍କା ଚତୁର୍ବେଦୀ କହିଥିଲେ କାହାର ମୃତ୍ୟୁକୁ ଶିଡି କରି ରାଜନୀତିରେ ପ୍ରବେଶ ଦୁର୍ଭାଗ୍ୟପୂର୍ଣ୍ଣ । ଏହାକୁ ନେଇ ପାଣ୍ଡେ କହିଛନ୍ତି ଲୋକେ ମୋର ଭିଆରଏସକୁ ସୁଶାନ୍ତ ସିଂହ ରାଜପୁତ କେସ୍‌ରେ ଯୋଡି ଦେଖୁଛନ୍ତି। କଣ ସୁଶାନ୍ତ ସିଂହ କେସ୍‌ରେ ମୁଁ ଭୁଲ କରିଛି। ତେବେ ମୋତେ ଫାଶିରେ ଝୁଲାଇ ଦିଆଯାଉ। ସୁଶାନ୍ତ ବିହାରର ପୁଅ ଥିଲା। ମୋର ଭିଆରଏସକୁ ସୁଶାନ୍ତ ସିଂହ ମୃତ୍ୟୁ ମାମଲା ସହ କଣ ପାଇଁ ଯୋଡି କି ଦେଖାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

Related posts

ଦିଲ୍ଲୀରେ ଜୁଲାଇ ଶେଷ ସୁଦ୍ଧା କରୋନା ସଂକ୍ରମଣ ୫.୫ ଲକ୍ଷ ହେବ

mahabharatanews

Union Budget 2024 : ମୁଖ୍ୟମନ୍ତ୍ରୀ ଖୁସି, ମୋଦିଙ୍କୁ ଧନ୍ୟବାଦ ଜଣାଇଲେ. .

mahabharatanews

ଦେଶରେ ୨୪ ଘଣ୍ଟାରେ ୧,୬୮୫ କୋଭିଡ୍ ଆକ୍ରାନ୍ତ ଚିହ୍ନଟ; ୮୩ ଜଣ ମୃତ

mahabharatanews