ରାଜନୀତି

ବିଜୁ ବାବୁଙ୍କ ଜୟନ୍ତୀରେ ବବିଙ୍କୁ ଭେଟି

(ଆଦର୍ଶ ରାଉତ)ଭୁବନେଶ୍ୱର: କର୍ମ ହିଁ ଭଗବାନ। ଏହି ନୀତି ଯାଜପୁର ବିଧାୟକ ତଥା ବିଧାୟକ ଦଳର ସଭାପତି ପ୍ରଣବ ପ୍ରକାଶ ଦାସଙ୍କ କ୍ଷେତ୍ରରେ ପୂର୍ଣ୍ଣ ରୂପେ ପ୍ରତିଫଳିତ ହେଉଥିବା ଦେଖିବାକୁ ମିଳିଛି । ଦଳର ସର୍ବାଙ୍ଗିନ ଉନ୍ନତି ପଥରେ ସେ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିଦେଇଛନ୍ତି । ରାଜ୍ୟ ରାଜନୀତିରେ ବର୍ତ୍ତମାନ ସମୟରେ ଯେତେ ନେତା ମନ୍ତ୍ରୀ ରହିଛନ୍ତି, ସେମାନଙ୍କ ମଧ୍ୟରୁ ପ୍ରଣବ ସର୍ବାଗ୍ରରେ ରହିଛନ୍ତି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ଯେଉଁ ନାମଟି ଆସେ ତାହା ହେଉଛନ୍ତି ପ୍ରଣବ ପ୍ରକାଶ ଦାସଙ୍କର। ତେବେ ଆଜି ପ୍ରଣବଙ୍କର ଦଳ ପ୍ରତି ଥିବା ଉତ୍ସର୍ଗ ପୂର୍ଣ୍ଣ ରୂପେ ପ୍ରତିଫଳିତ ହୋଇଛି ।

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ମିଳିଛି ବିଜୁ ଜନତା ଦଳର ନୂଆ ଦାଇତ୍ୱ । ତାଙ୍କୁ ବିଜେଡି ପାର୍ଟି ଅଫିସରେ ଆନୁଷ୍ଠାନିକ ଭାବେ ଦଳର ସାଙ୍ଗଠନିକ ସମ୍ପାଦକ ରୂପେ ପ୍ରଣବଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପ୍ରଣବ ୨୦୧୪, ୨୦୧୯ ନିର୍ବାଚନ ସହ ୨ ଉପ ନିର୍ବାଚନରେ ପ୍ରମୁଖ ଭୂମିକା ନେଇଥିଲେ । ସେଥି ପାଇଁ ତାଙ୍କୁ ଏହି ଦାଇତ୍ୱ ଦିଆଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ଦେଖି ଏତିକି ଆଶା ଆଗକୁ ମଧ୍ୟ ସେ ରାଜ୍ୟବାସୀଙ୍କ ସେବାରେ ଏହିପରି ନିଜକୁ ସମର୍ପଣ କରିଥିବେ ଓ ଅଧିକରୁ ଅଧିକ ଲୋକଙ୍କ ହୃଦୟରେ ରାଜ କରି ଚାଲିବେ ।

Related posts

ଇତିହାସ ଦେଖିଲେ ଲୋକଙ୍କ ଆସ୍ଥା ବିଜେଡି ଓ ନବୀନ ପଟ୍ଟନାୟକଙ୍କ ପ୍ରତି ରହିଛି, ବିଜେଡି ପାର୍ଥିନି ଭଲ ଭୋଟରେ ଜିତିବେ

mahabharatanews

ବିଧାୟକ ସୁଶାନ୍ତ ସିଂହଙ୍କ ସୁରକ୍ଷା ପାଇଁ ସିଇଓଙ୍କୁ ଦାବିପତ୍ର ପ୍ରଦାନ କଲା ବିଜେଡି

mahabharatanews

ବିଜେପିରେ ଯୋଗ ଦେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

mahabharatanews