Uncategorized

ବିଜେପିର ଏଚ ରାଜୁଙ୍କ ନାମରେ ମାମଲା ରୁଜୁ

ଚେନ୍ନାଇ: ଚେନ୍ନାଇ ପୁଲିସ ଭାରତୀୟ ଜନତା ଦଳର ୩୧୧ ଜଣ କର୍ମୀଙ୍କ ନାମରେ କେଶ ରୁଜୁ କରିଛି । ଏମାନଙ୍କ ମଧ୍ୟରେ ଦଳର ଜାତୀୟ ସମ୍ପାଦକ ଏଚ ରାଜା ଅଛନ୍ତି । ବୁଧବାର ମାରିନା ସମୂଦ୍ର କୁଳରେ ଅନୁଷ୍ଠିତ ଏକ ବିକ୍ଷୋଭ ପାଇଁ ଏହି କେଶ ରୁଜୁ କରାଯାଇଛି ।

ବୁଧବାର ଏଚ ରାଜାଙ୍କ ନେତୃତ୍ୱରେ ତାମିଲ ଲେଖକ ତଥା କଂଗ୍ରେସ ନେତା ନେଲାଇ କାନ୍ନାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଦେଇଥିବା ବୟାନ ପାଇଁ ତାଙ୍କ ଗିରଫଦାରି ଦାବିରେ ଏକ ବିକ୍ଷୋଭ ମାରିନା ଡ୍ରାଇଭରେ ଅନୁଷ୍ଠିତ ହୋଇଥିଲା । ଏହା ପରେ ଚେନ୍ନାଇ ପୁଲିସ ଏଚ ରାଜା, ପନ ରାଧାକୃଷ୍ଣନ, ଏଲ ଗଣେଷନ, ସିପି ରାଧାକୃଷ୍ଣନଙ୍କୁ ଅଟକ ରଖିଥିଲା । ଏହା ବ୍ୟତୀତ ପରେ ପୁଲିସ ମୋଟ ୩୧୧ ଜଣଙ୍କ ନାମରେ ୧୪୩, ୧୪୫, ୩୪୧ ଆଦି ଧାରାରେ ମାମଲା ରୁଜୁ କରିଥିଲା । ଅପରପକ୍ଷରେ ତାମିଲ ଲେଖକଙ୍କୁ ପେରାମ୍ବଲୁରରୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ବିରୋଧରେ ହିଂସାତ୍ମକ ଭାଷଣ ଦେଇଥିବାରୁ ଗିରଫ କରାଯାଇଥିଲା ।

Related posts

ଘରୋଇ ବିମାନ କମ୍ପାନୀ ପକ୍ଷରୁ ବୁକିଂ ଆରମ୍ଭ

mahabharatanews

ପୁଣି ଚର୍ଚ୍ଚାରେ ଗଜନୀ

mahabharatanews

ବିଧାୟଙ୍କୁ କିଣିବାକୁ ଚେଷ୍ଟା କରିଥିବା ନେତାଙ୍କ ପର୍ଦ୍ଦାଫାସ କରିବୁ: ବିଏସ ରାଥୋଡ

mahabharatanews