Uncategorized

ଘରୋଇ ବିମାନ କମ୍ପାନୀ ପକ୍ଷରୁ ବୁକିଂ ଆରମ୍ଭ

ନୂଆଦିଲ୍ଲୀ: ଦେଶ ବ୍ୟାପୀ ଚତୁର୍ଥ ପର୍ୟ୍ୟାୟ ଲକଡାଉନ ମେ ୩୧ ତାରିଖ ପର୍ୟ୍ୟନ୍ତ ଜାରି ହୋଇଛି । ମେ ୩୧ ତାରିଖ ପର୍ୟ୍ୟନ୍ତ ବାଣିଜ୍ୟିକ ବିମାନ ସେବା ନିଲମ୍ବିତ ହୋଇଥିବାବେଳେ ଏୟାରଲାଇନ୍ସ କମ୍ପାନୀ ଜୁନରୁ ବିମାନ ସେବା ଆରମ୍ଭ କରିବାକୁ ବୁକିଂ ଆରମ୍ଭ କରିଛି । ମାର୍ଚ୍ଚ ୨୫ ତାରିଖରୁ ସମସ୍ତ ଘରୋଇ ଏବଂ ଅନ୍ତରାଷ୍ଟ୍ରୀୟ ବିମାନ ସେବା ମେ ୩୧ ତାରିଖ ଯାଏଁ ନିଲମ୍ବିତ ରହିଛି । ତେବେ ଘରୋଇ ବିମାନ କମ୍ପାନୀ ଜୁନରୁ ସେବା ଆରମ୍ଭ କରିବା ପାଇଁ ବୁକିଂ ଆରମ୍ଭ କରିଛନ୍ତି । ସ୍ପାଇସଜେଟ ସୂତ୍ରରୁ ପ୍ରକାଶ, କମ୍ପାନୀ ଜୁନ ୧୫ ତାରିଖରୁ ଅନ୍ତରାଷ୍ଟ୍ରୀୟ ଉଡାଣ ପାଇଁ ବୁକିଂ ଆରମ୍ଭ କରିଛି ।
ଇଣ୍ଡିଗୋ ସୂତ୍ରରୁ ଜଣାପଡିଛି ଯେ କମ୍ପାନୀ ଘରୋଇ ଉଡାଣ ପାଇଁ ବୁକିଂ ଆରମ୍ଭ କରିଛି । ତେବେ ବୁକିଂ ଆରମ୍ଭ କରିବା ପାଇଁ ସ୍ପାଇସଜେଟ, ଇଣ୍ଡିଗୋ, ବିସ୍ତାରା ଏବଂ ଗୋ ଏୟାର ତରଫରୁ କୌଣସି ଅଧିକାରୀଙ୍କ ଟିପ୍ପଣୀ ଆସିନାହିଁ । ଭାରତୀୟ ବିମାନ ଯାତ୍ରୀ ଆସୋସିଏସନ (ଏପିଏଆଇ)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁଧାକର ରେଡ୍ଡୀ ଟ୍ୱିଟ ଜରିଆରେ କହିଛନ୍ତି ଯେ, ସେମାନେ ଭାବୁଛନ୍ତି, ଇଣ୍ଡିଗୋ, ସ୍ପାଇସଜେଟ, ଗୋ ଏୟାର ଅନ୍ତରାଷ୍ଟ୍ରୀୟ ଉଡାଣ ପାଇଁ ବୁକିଂ ଆରମ୍ଭ କରିଛନ୍ତି । ସେମାନେ ଭାବୁଛନ୍ତି ଯେ ଜୁନ ୧ ତାରିଖ ସୁଦ୍ଧା ବିମାନ ପରିଚାଳନା ଆରମ୍ଭ ହେବ । ତେବେ ଏହିସବୁ ଚକ୍କରରେ ନ ପଡ଼ିବାକୁ ସେ କହିଛନ୍ତି । କାରଣ ସରକାରଙ୍କ ତରଫରୁ ସ୍ପଷ୍ଟ ନ ହେବା ଯାଏଁ ଟିକେଟ ବୁକ କରିବା ଅନୁଚିତ । ସରକାରୀ ତାରିଖ ଘୋଷଣା ନ ହେବା ଯାଏଁ ଟିକେଟ ବୁକିଂ କଲେ ଯାତ୍ରୀଙ୍କ ଟଙ୍କା ବାକି ଖାତାକୁ ଚାଲିଯିବ

Related posts

ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୨୧ ହଜାର ୧୨୯

mahabharatanews

ମହାପ୍ରଭୁଙ୍କ ସେନାପଟା ଲାଗି ପାଇଁ ପୁରୀରେ ପହଁଚିଲା ବଉଳ କାଠ

mahabharatanews

ଭାରତ ହେବ ରକ୍ଷା ବିନିର୍ମାଣ କେନ୍ଦ୍ର: ପ୍ରତିରକ୍ଷା ମନ୍ତ୍ରୀ

mahabharatanews