ପୁରୀ: ରାଜ୍ୟରେ ବିଜେପି ସରକାର ଗଠନ ପରେ ପୁରୀରେ ଆୟୋଜିତ ୨ ଦିନିଆ କାର୍ଯ୍ୟକାରିଣୀର ଆଜି ଦ୍ୱିତୀୟ ତଥା ଅନ୍ତିମ ଦିନ ।ଥମ ଦିନରେ କାର୍ଯ୍ୟକାରିଣୀରେ ନେତା ଓ କର୍ମୀଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କାଉନସେଲିଂ କରିଥିଲେ। ବିଜୟର ଶ୍ରେୟ ଦେବା ସହ କିଛି ଟାସ୍କ ମଧ୍ୟ ଦେଇଥିଲେ।
ଶୁକ୍ରବାର ବସିଥିବା ବୈଠକରେ ରାଜ୍ୟ ବିଜେପିର ସମସ୍ତ ପଦାଧିକାରୀ ସାମିଲ ହୋଇଛନ୍ତି। ରାଜ୍ୟ ସଂଗଠନ ସାଧାରଣ ସମ୍ପାଦକ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟ ପାଲସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ଉପସ୍ଥିତ ଥିଲେ। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଏହି ବୈଠକରେ ଯୋଗ ଦେବାକୁ ଓଡ଼ିଶା ଆସିଛନ୍ତି। ସେ ଏହି ବୈଠକରେ କଂଗ୍ରେସ ଉପରେ ବର୍ଷିଛନ୍ତି। ସେ କଂଗ୍ରେସକୁ ଟାର୍ଗେଟ କରି କହିଥିଲେ, ଆଜି ଦେଶରେ ୧୮ଟି ରାଜ୍ୟରେ ଏନ୍ଡିଏ, ୧୩ ରାଜ୍ୟରେ ବିଜେପି ସରକାର କରିଛି। ଦେଶର ୫୭% ଭୂଭାଗରେ ବିଜେପି ସରକାର ଚାଲିଛି। ହେଲେ କଂଗ୍ରେସ ଅମରିଲତା ପରି, ପର ଭରସାରେ ବଞ୍ଚିଛି। ପରଜୀବୀ ଭଳି ଅନ୍ୟ ପାର୍ଟି ସହାୟତାରେ ସିଟ ଜିତିଛି। ସହଯୋଗୀଙ୍କ ଭୋଟ ଖାଇ ନିଜକୁ ବଞ୍ଚାଇ ରଖିଛି। ତେବେ ଆଜିର ବୈଠକରେ କେଉଁ ସବୁ ଗୁରତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ ତାହା ଉପରେ ନଜର ରହିଛି।
previous post