ଓଡିଶା

ନଦୀରେ ଭାସିଗଲେ ବୃଦ୍ଧା! ୨ଦିନ ପରେବି ମିଳୁନି ପତ୍ତା

(ଖୋର୍ଦ୍ଧା) ; ଶାଳିଆ ନଦୀ ସ୍ରୋତରେ ଭାସିଗଲେ ବୃଦ୍ଧା । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଶାଳିଆ ନଦୀରେ । କିନ୍ତୁ ଦୁଇ ଦିନ ହେବ ମିଳୁନି ବୃଦ୍ଧାଙ୍କ ପତ୍ତା । ସୂଚନା ଅନ୍ୟୁାୟୀ ସୋମବାର ସକାଳ ୭ଟା ସମୟରେ ମାଣିକପୁର ଗ୍ରାମର ୬୦ ବର୍ଷ ବୟସ୍କ ବୃଦ୍ଧ ଚରଣ ବେହେରା ଶୌଚ ହେବା ପାଇଁ ଶାଳିଆ ନଦୀର ଜାମୁଆ ତୁଠକୁ ଯାଇଥିଲେ । ଶୌଚ ହେବା ସମୟରେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ଖବର ପାଇ ବାଣପୁର ଅଗ୍ନିଶମ ବିଭାଗର ଏକ ଟିମ୍ ସହ ବାଣପୁର ପୋଲିସ ସୋମବାରଠାରୁ ଆଜି ପର୍ୟ୍ୟନ୍ତ ଖୋଜିବା କାର୍ୟ୍ୟ ଜାରି ରଖିଥିବା ବେଳେ ଏ ଯାଏଁ ବୃଦ୍ଧାଙ୍କ ପତ୍ତା ମିଳୁନାହିଁ । ବିଭିନ୍ନ ସ୍ଥାନରେ ଉଦ୍ଧାରକାରୀ ଦଳ ପକ୍ଷରୁ ବୃଦ୍ଧଙ୍କୁ ଠାବ କରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି।

Related posts

ହିଞ୍ଜିଳି ଆସନରୁ ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

mahabharatanews

ଓଡ଼ିଶା ଗୃହ ନିର୍ମାଣ ସମବାୟ ସମିତିର ନିର୍ଦେଶିକା ଭାବେ ଶୁଚିଶ୍ମିତା ପଟ୍ଟନାୟକ ନିର୍ଦ୍ଵନ୍ଦରେ ନିର୍ବାଚିତ

mahabharatanews

ଭୁବନେଶ୍ୱର ରେଳ ଷ୍ଟେସନ ମଲ୍ଟି ହବ୍ ପ୍ରକଳ୍ପ କେବେ?

mahabharatanews