Uncategorized

ବିଜେପି ରାବଣର ସନ୍ତାନ: ଅଧୀର ରଞ୍ଜନ

ନୂଆଦିଲ୍ଲୀ: ଲୋକସଭାର କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଆଜି ଗୃହରେ ବିଜେପି ନେତା ଅନନ୍ତ କୁମାର ହେଗଡେଙ୍କ ଗାନ୍ଧୀଙ୍କ ସମ୍ପର୍କରେ ଦିଆଯାଇଥିବା ବିବାଦୀୟ ବୟାନକୁ ନେଇ ବିଜେପିକୁ ରାବଣର ସନ୍ତାନ କହିଛନ୍ତି । ରାମଙ୍କ ପୂଜାରୀ ମହାତ୍ମା ଗାନ୍ଧୀଙ୍କୁ ଯିଏ ଗାଳି ଦେଉଛନ୍ତି, ସେମ।।ନେ ରାବଣର ସନନ୍ତାନ । ସେମାନ ରାମଙ୍କ ଅପମାନ କରିଛନ୍ତି ।
ପରେ ବିଜେପିର ଆଇନ ନିର୍ମାତାମାନେ ଚୌଧୁରୀଙ୍କ ମନ୍ତବ୍ୟକୁ ନେଇ ପ୍ରତିବାଦ କରିଛନ୍ତି ।
ସୂଚନାଯୋଗ୍ୟ, ଗତ ଶନିବାର ଦିନ ଉତ୍ତରାଖଣ୍ଡର ଲୋକସଭା ସାଂସଦ ଅନନ୍ତ କୁମାର ହେଗଡେ କହିଥିଲେ ମହାତ୍ମା ଗାନ୍ଧୀଙ୍କ ସ୍ୱ।।ଧୀନତା ସଂଗ୍ରାମକୁ ଏକ ଡ୍ରାମା ଆଖ୍ୟା ଦେଇ ଏପରି ଲୋକ କିପରି ଭାରତରେ ମହାତ୍ମା ରୂପେ ନାମିତ ବୋଲି ପ୍ରଶ୍ନ କରିଥିଲେ । ସେ କହିଥିଲେ, ଏହି ତଥାକଥିତ ନେତାମାନେ ଥରେ ମଧ୍ୟ ପୁଲିସ ଦ୍ୱାର।। ମାଡ ଖାଇ ନ ଥିଲେ । ଏପରି ନେତାମାନେ ବ୍ରିଟିଶ ସରକାର ଦ୍ୱାର।। ସ୍ୱୀକୃତି ଲାଭ କରିଥିଲେ । ଏହା କୌଣସି ଯଥାର୍ଥ ସଂଗ୍ରାମ ନ ଥିଲା ବୋଲି ଏକ ସାଧାରଣ ସଭାରେ ହେଗଡେ କହିଥବଲେ । ଏହା ପରେ ହେଗଡେଙ୍କ ବୟାନକୁ ନେଇ କଂଗ୍ରେସ ଓ ତୃଣମୂଳ କଂଗ୍ରେସ ବିଜେପି ତଥା ହେଗଡେଙ୍କୁ ପ୍ରତି ଆକ୍ରମଣ କରିଥିଲେ । କଂଗ୍ରେସର ବରିଷ୍ଠ ନେତା ବି କେ ହରିପ୍ରସାଦ, କିର୍ତ୍ତୀ ଚିଦାମ୍ବରମ ହେଗଡେଙ୍କ ବୟାନକୁ ନିନ୍ଦା କରିଥିଲେ । ଏହି ମାମଲାରେ ବିଜେପି ମଧ୍ୟ ହେଗଡେଙ୍କ ବୟାନକୁ ନେଇ ତାଙ୍କଠାରୁ ଦୂରଛଡା ଦେଇଥିଲା ଓ ଏପରି ବୟାନକୁ ନେଇ ଅସନ୍ତୁଷ୍ଟ ଥିଲା ।

Related posts

ମୋଦି ମହିଳା ସଶକ୍ତିକରଣ ପାଇଁ ବହୁ ମହିଳା କେନ୍ଦ୍ରିକ ଯୋଜନା କରିଛନ୍ତି: ଅର୍ଥମନ୍ତ୍ରୀ

mahabharatanews

୩ ସପ୍ତାହ ଘୁଞ୍ଚିଲା ସାବରୀମାଳା ଶୁଣାଣି

mahabharatanews

ସୁସ୍ଥ ଲୋକ ପାଇଁ ମାସ୍କର ଆବଶ୍ୟକତା ନାହିଁ: ଏମ୍ସ

mahabharatanews