ଓଡିଶା

ବିଡିଏର ୩୯ ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ଜାରି ରହିଥିବା ମହାମାରୀ କରୋନା ମଧ୍ୟରେ ଭୁବନେଶ୍ୱର ବିକାଶ ପ୍ରାଧିକରଣ (ବିଡିଏ)ର ୩୯ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । କୋଭିଡ କଟକଣା ମଧ୍ୟରେ ଏହି ଦିବସକୁ ପାଳନ କରାଯାଇଛି । ବିଡିଏର ତଳ ମହଲାରେ ଏନେଇ ଏକ କାର୍ଯ୍ୟକ୍ରମ ପାଳନ ହୋଇଯାଇଛି । ଏହି ଅବସରରେ ବିଡିଏ ସମ୍ମିଳନୀ ହଲରେ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ଉପସ୍ଥିତିରେ କର୍ତ୍ତୃପକ୍ଷଙ୍କ ବାର୍ଷିକ ରିପୋର୍ଟ ୨୦୨୦-୨୧ କୁ ଉପାଧ୍ୟକ୍ଷ ସଞ୍ଜୟ କୁମାର ସିଂ ଉନ୍ମୋଚନ କରିଛନ୍ତି।
ବିଡିଏର ୧୯ ଟି ବିଭିନ୍ନ ଶାଖାର କାର୍ୟ୍ୟଦକ୍ଷତା ଏବଂ ଯୋଜନାଗୁଡ଼ିକର କାହାଣୀ ଏବଂ ଭୁବନେଶ୍ୱର ସହରୀ ଜ୍ଞାନ କେନ୍ଦ୍ର ବିଡିଏର ବୈଷୟିକ ଏବଂ ପରାମର୍ଶଦାତା ୱିଙ୍ଗ୍ର ରିପୋର୍ଟ ଏଥିରେ ଉପସ୍ଥାପିତ କରାଯାଇଛି । ଏହି ଅବସରରେ ସିଂ କହିଛନ୍ତି: “ବିସ୍ତୃତ ବିକାଶ ଯୋଜନା (ସିଡିପିଓ), ଶିଶୁ ଅନୁକୁଳ ସହର ଯୋଜନା, ସୁଲଭ ଗୃହ, ଅନଲାଇନ୍ ବିଲଡିଂ ଯୋଜନା ଅନୁମୋଦନ ବ୍ୟବସ୍ଥା, ଟାଉନ୍ ପ୍ଲାନିଂ ସ୍କିମ୍, ବାରାମୁଣ୍ଡା ଆଇଏସବିଟି ନିର୍ମାଣ ଭଳି ବିଡିଏ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହାତକୁ ନେଇଛି। ଭୁବନେଶ୍ୱରକୁ ଦେଶର ଏକ ବିଶ୍ୱସ୍ତରୀୟ ସହର କରିବା ପାଇଁ ଚେଷ୍ଟା ଚାଲିଛି

Related posts

ମନ୍ମଥ-ମନୋଜ ସ୍ମୃତି ପୀଠ ଉଦଘାଟିତ 

mahabharatanews

ଶ୍ରୀମନ୍ଦିର କ୍ଷେତ୍ରରେ ସରକାର ମୋ ପରାମର୍ଶ ନେଉନାହାନ୍ତି: ଶଙ୍କରାଚାର୍ଯ୍ୟ

mahabharatanews

ମାର୍ଚ୍ଚ ୩୦ରୁ ଭୁବନେଶ୍ୱର-କେନ୍ଦୁଝରଗଡ଼କୁ ଗଡିବ ମେମୁ ଟ୍ରେନ

mahabharatanews