ଓଡିଶା

ବିଡିଏର ୩୯ ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ଜାରି ରହିଥିବା ମହାମାରୀ କରୋନା ମଧ୍ୟରେ ଭୁବନେଶ୍ୱର ବିକାଶ ପ୍ରାଧିକରଣ (ବିଡିଏ)ର ୩୯ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । କୋଭିଡ କଟକଣା ମଧ୍ୟରେ ଏହି ଦିବସକୁ ପାଳନ କରାଯାଇଛି । ବିଡିଏର ତଳ ମହଲାରେ ଏନେଇ ଏକ କାର୍ଯ୍ୟକ୍ରମ ପାଳନ ହୋଇଯାଇଛି । ଏହି ଅବସରରେ ବିଡିଏ ସମ୍ମିଳନୀ ହଲରେ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ଉପସ୍ଥିତିରେ କର୍ତ୍ତୃପକ୍ଷଙ୍କ ବାର୍ଷିକ ରିପୋର୍ଟ ୨୦୨୦-୨୧ କୁ ଉପାଧ୍ୟକ୍ଷ ସଞ୍ଜୟ କୁମାର ସିଂ ଉନ୍ମୋଚନ କରିଛନ୍ତି।
ବିଡିଏର ୧୯ ଟି ବିଭିନ୍ନ ଶାଖାର କାର୍ୟ୍ୟଦକ୍ଷତା ଏବଂ ଯୋଜନାଗୁଡ଼ିକର କାହାଣୀ ଏବଂ ଭୁବନେଶ୍ୱର ସହରୀ ଜ୍ଞାନ କେନ୍ଦ୍ର ବିଡିଏର ବୈଷୟିକ ଏବଂ ପରାମର୍ଶଦାତା ୱିଙ୍ଗ୍ର ରିପୋର୍ଟ ଏଥିରେ ଉପସ୍ଥାପିତ କରାଯାଇଛି । ଏହି ଅବସରରେ ସିଂ କହିଛନ୍ତି: “ବିସ୍ତୃତ ବିକାଶ ଯୋଜନା (ସିଡିପିଓ), ଶିଶୁ ଅନୁକୁଳ ସହର ଯୋଜନା, ସୁଲଭ ଗୃହ, ଅନଲାଇନ୍ ବିଲଡିଂ ଯୋଜନା ଅନୁମୋଦନ ବ୍ୟବସ୍ଥା, ଟାଉନ୍ ପ୍ଲାନିଂ ସ୍କିମ୍, ବାରାମୁଣ୍ଡା ଆଇଏସବିଟି ନିର୍ମାଣ ଭଳି ବିଡିଏ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହାତକୁ ନେଇଛି। ଭୁବନେଶ୍ୱରକୁ ଦେଶର ଏକ ବିଶ୍ୱସ୍ତରୀୟ ସହର କରିବା ପାଇଁ ଚେଷ୍ଟା ଚାଲିଛି

Related posts

ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ଶୀତ ଅଧିବେଶନ

mahabharatanews

ସରିଲା ସର୍ବଦଳୀୟ ବୈଠକ | ଏଥର ସ୍ୱାଭାବିକ ଭାବେ ଚାଲିବ ବିଧାନସଭା

mahabharatanews

ଓଡ଼ିଶା ସର୍ଭେ ଆଣ୍ଡ ସେଟଲମେଣ୍ଟ ରୁଲ୍‌ସର ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

mahabharatanews