ଓଡିଶା

ବିଦେଶରୁ ଫେରି ଯୁବକ କ୍ୱାରେଣ୍ଟାଇନରେ

ସମ୍ବଲପୁର: ବିଦେଶରୁ ଫେରିଥିବା ଧନୁପାଲି ଥାନା ସରଲାକାନିର ଜଣେ ବ୍ୟକ୍ତି(୪୫) କରୋନା ସତର୍କତା ନିୟମ ଉଲ୍ଲଂଘନ କରିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ଏସଂକ୍ରାନ୍ତରେ ଧନୁପାଲି ପୁଲିସ୍ ଭାରତୀୟ ଦଣ୍ଡବିଧି ଧାରା ୧୮୮/ ୨୭୧ରେ କେସ୍ ନଂ ୧୩୭/୨୦୨୦ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ସେପଟେ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଉକ୍ତ ବ୍ୟକ୍ତିଙ୍କୁ ସରକାରୀ କ୍ୱାରେଣ୍ଟାଇନ୍‌(ସଙ୍ଗରୋଧ)କୁ ପଠାଇଛି ।

ମିଳିଥିବା ସୂଚନା ଅନୁସାରେ, ଉକ୍ତ ବ୍ୟକ୍ତି ଗତ ୩ ତାରିଖରେ ଉଜ୍ୱେକିସ୍ତାନ ଯାଇଥିବା ସମୟରେ ସେଠାରୁ ୯ ତାରିଖରେ ସମ୍ବଲପୁରରେ ପହଞ୍ଚିଥିଲେ । କୌଣସି ବ୍ୟକ୍ତି ବିଦେଶରୁ ଫେରିଥିଲେ ସ୍ୱତଃପ୍ରବୃତ୍ତ ଭାବେ ୪୮ ଘଣ୍ଟାରେ ସରକାରୀ ୱେବସାଇଟରେ ସ୍ୱୀକାରନାମା ଦେବାକୁ ୧୩ ତାରିଖରେ ସରକାରଙ୍କ ପକ୍ଷରୁ ନିର୍ଦେଶନାମା ଜାରି ହୋଇଥିଲା । ମାତ୍ର ଉକ୍ତ ବ୍ୟକ୍ତି ଏହି ନିୟମକୁ ଉଲ୍ଲଂଘନ କରି ସ୍ୱୀକାରନାମା ଦେଇନଥିଲେ । ଏନେଇ ସୂଚନା ମିଳିବା ପରେ ଜିଲ୍ଲାପାଳ ଶୁଭମ୍ ସକ୍ସେନାଙ୍କ ନିର୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ତହସିଲଦାର ଲକ୍ଷ୍ମଣ ଅମାô, ଅତିରିକ୍ତ ତହସିଲଦାର ସରୋଜା ବେହେରା ଏନେଇ ଧନୁପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏସ୍ଡିପିଓ ତପନ ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍ ଏହି ଘଟଣାର ତଦନ୍ତ କରୁଛି । ଡାକ୍ତରୀ ଦଳ ଉକ୍ତ ବ୍ୟକ୍ତିଙ୍କ ଘରକୁ ଯାଇ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସଂକ୍ରମଣର ସେଭଳି କୌଣସି ଲକ୍ଷଣ ପରିଲକ୍ଷିତ ନହେବାରୁ ତାଙ୍କୁ ସଂଗରୋଧକୁ ପଠାଇଛି ।

Related posts

ଲାଲୁଙ୍କ ଘରେ ସିବିଆଇ ରେଡ୍

mahabharatanews

ଶ୍ରୀମନ୍ଦିର ରୋଷଘର ମରାମତିର କଲେ ସମୀକ୍ଷା ; 5T ସଚିବ

mahabharatanews

ଏହି ସବୁ ସ୍ଥାନରେ ମନ୍ତ୍ରୀ କଲେ ପତାକା ଉତ୍ତୋଳନ

mahabharatanews