ଓଡିଶା

ବିଦ୍ୟୁତ୍ ଆଘାତରେ ବାପ ପୁଅ ମୃତ

(ଜଳେଶ୍ବର /ଅଜିତ ସାହୁ): ବିଦ୍ୟୁତ ଆଘାତରେ ବାପ ପୁଅ ମୃତ। ପୁଅକୁ ବଞ୍ଚିବାକୁ ଯାଇ ବାପାଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅଧୀନ ଜମ୍ଭିରାଇ ପଞ୍ଚାୟତର ଆରୁଆଦାମ ଗ୍ରାମରେ। ଆଜି ସକାଳୁ ଆରୁଆଦାମ ଗ୍ରାମର କାଶିନାଥ ରାଉତ (୫୧) ଏବଂ ପୁଅ ରାମ କୃଷ୍ଣ ରାଉତ (୨୫) ନିଜର ପାନ ବରଜକୁ ପାଣି ମଡାଇବାକୁ ଯାଇଥିଲେ। ବରଜ ନିକଟ ପାନ ବାଡିରେ ପାଣି ମଡାଇବା ପାଇଁ ପାଣି ପମ୍ପରେ ରାମକୃଷ୍ଣ ତାର ସଂଯୋଗ କରୁଥିଲେ । ଏହି ସମୟରେ ରାମକୃଷ୍ଣଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ଫଳରେ ସେ ସେହିଠାରେ ପଡି ଛଟପଟ ହେଉଥିବାର ଦେଖି କାଶିନାଥ ପୁଅକୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ବିଦ୍ୟୁତ ସସ୍ପର୍ଷ ଆସି ଟଳିପଡିଥିଲେ। ଗ୍ରାମବାସୀ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଆସି ଥିଲେ ମଧ୍ୟ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ବାଲିଆପାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୧୮/୨୦ରେ ଏକ ଅପମୃତ ମାମଲା ରୁଜୁ କରି , ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାକୁ ନେଇ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।

Related posts

୧୩ଜିଲ୍ଲାରେ ବିଜୁଳି ସହ ବର୍ଷା ସମ୍ଭାବନା

mahabharatanews

ଆଜିଠୁ ଆରମ୍ଭ ଯୁକ୍ତ୨ ନାମଲେଖା ପ୍ରକ୍ରିୟା

mahabharatanews

ଶୀର୍ଷ ସ୍ତରରେ ହୀରାକୁଦ ଜଳଭଣ୍ଡାର

mahabharatanews