Uncategorized

ବିବାଦରେ ମାହିରା ଶର୍ମା, ଇନଷ୍ଟାରେ ଶେଆର କଲେ ଜାଲ ପ୍ରମାଣ ପତ୍ର

(ମହାଭାରତ): ବିଗ ବସ୍-୧୩ ପ୍ରତିଯୋଗୀ ମାହିରା ଶର୍ମାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ସୋସିଆଲ ମିଡିଆରେ ମାହିରା ଜାଲ ଦାଦା ସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟଭାଲ ପ୍ରମାଣପତ୍ର ଶେଆର କରିଥିବା ଅଭିଯୋଗ ହୋଇଛି ।

ଫେବୃୟାରୀ ୨୦ରେ ମାହିରା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟର ଷ୍ଟୋରିରେ ଏକ ଫଟୋ ଶେଆର କରିଥିଲେ । ଏହି ଫଟୋଟି ଦାଦା ସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲର ପ୍ରମାଣପତ୍ର ଥିଲା । ଫଟୋ ଶେଆର କରି ସେ ଲେଖିଥିଲେ-ବିଗ୍ ବସ୍-୧୩ର ସବୁଠାରୁ ଫ୍ୟାଶନେବଲ ପ୍ରତିଯୋଗୀ ଭାବେ ତାଙ୍କୁ ସମ୍ମାନିତ କରାଯାଇଛି । ମାହିରାଙ୍କ ଏଭଳି ପୋଷ୍ଟର ପରେ ଡିପିଆଇଏଫଏଫ ଏନେଇ ସ୍ପଷ୍ଟୀକରଣ ଦେଇଥିଲା ।

ଡିପିଆଇଏଫଏଫ ପକ୍ଷରୁ କୁହାଯାଇଥିଲା , ମାହିରା ଯେଉଁ ପ୍ରମାଣପତ୍ର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରିଛନ୍ତି ସେଇଟା ମିଛ । ଏଭଳି କରି ସେ ଡିପିଆଇଏଫଏଫର ସମ୍ମାନହାନି କରିଛନ୍ତି । ତୁରନ୍ତ ସେ ଏଭଳି ମିଛ ଖବରକୁ ନିଜର ସୋସିଆଲ ମିଡିଆ ସାଇଟରୁ ହଟାନ୍ତୁ । ଯଦି ସେ ଏପରି ନକରନ୍ତି,ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଯାହାର ଉତ୍ତରରେ ମାହିରା କହିଛନ୍ତି, ଚଳିତ ବର୍ଷ ଦାଦା ସାହେବ ଫାଲକେ ଆୱାର୍ଡରେ ମତେ ବିଗ୍ ବସ୍-୧୩ର ସବୁଠାରୁ ଫ୍ୟାଶନେବଲ ପ୍ରତିଯୋଗୀତା ଭାବେ ସମ୍ମାନିତ କରାଯାଇଛି । କିନ୍ତୁ ଷ୍ଟେଜରେ ଟିକେ ରେସ ଥିଲା ଯେଉଁଥି ପାଇଁ ମତେ ଷ୍ଟେଜ୍ ଉପରକୁ ଡକାଗଲାନି । ଟିମ୍ ଲୋକ ମୋ ମ୍ୟାନେଜରଙ୍କୁ ଏହି ଆୱାର୍ଡ ଧରେଇଦେଲେ । ପରେ ମୁଁ ଏହି ଆୱାର୍ଡର ଫଟୋ ସୋସିଆଲ ମିଡିଆରେ ଶେଆର କଲି । ଏହି ଆୱାର୍ଡ ମିଛ ନୁହେଁ,ମୋ ପାଖରେ ମେଲ୍ ଏବଂ ମେଲ୍ରେ କଥାବର୍ତ୍ତାର ସମସ୍ତ ପ୍ରମାଣ ରହିଛି ।

Related posts

କରାଚୀରେ ବିମାନ ଦୁର୍ଘଟଣା: ୯୮ ଯାତ୍ରୀଙ୍କୁ ନେଇ ଭରିଥିଲା ଉଡାଣ

mahabharatanews

କାନାଡା ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ କୋରୋନା

mahabharatanews

ଇସ୍ରାଏଲ-ହମାସ ଯୁଦ୍ଧ: ଅସ୍ତ୍ର ବିରତି ପ୍ରସ୍ତାବ ଖାରଜ

mahabharatanews