(ମହାଭାରତ): ଆମେ ସାଧାରଣତ୍ୟ ଜାଣିଛେ ଯେ ଗୁଗୁଲ୍ ଇଟରନେଟରୁ ଆମର ସମସ୍ତ ଅସୁବିଧା ସମାଧାନା କରିଥାଉ । ପିଲାମାନେ ପାଠପଢ଼ାଠାରୁ ଧରି ଦେଶବିଦେଶର ଘଟଣା ବଳି ଜାଣିଥାନ୍ତି ଏହି ଗୁଗୁଲ୍ ମାଧ୍ୟମରେ । କିନ୍ତୁ ଆପଣ କେବେ ଭାବିଛନ୍ତି କି ଗୁଗୁଲ୍ ମାଧ୍ୟମରେ ବିଭାହ କରାଯାଇପାରେ ବୋଲି । ଏକଥା ଅବିସ୍ୟାସ ହେଲେବି କଥାଟା ସତ । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାରେ ।
କରୋନା ଜୀବାଣୁ ସଂକ୍ରମଣକୁ ରୋକିବା ପାଇଁ ସରକାର ସାରା ଦେଶରେ ଲକଡାଉନ ଲାଗୁ କରିଛନ୍ତି । ଏହି ଜୀବାଣୁ ଠାରୁ ଆମ ମାନଙ୍କୁ ସୁରକ୍ଷା ଦେବା ପାଇଁ ଅହରହ ପ୍ରଚେଷ୍ଟା କରି ଆସିଛନ୍ତି ଡାକ୍ତର, ପୋଲିସ ଓ ସଫେଇ କର୍ମଚାରି । ପୋଲିସ ତାର ନିୟମ ପାଳନ କରିବାକୁ ଯାଇ କେତେବେଳେ କଠୋରତା ପ୍ରଦର୍ଶନ କରୁଛିତ କେତେବେଳେ ଲୋକମାନଙ୍କ ପାଖକୁ ଯାଇ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି । କିନ୍ତୁ ଆପଣ କୌଣସି ମହିଳା ପୋଲିସ ଅଧିକାରୀଙ୍କୁ ବିବାହ ମନ୍ତ୍ର ପଢିବା ଓ ବାହଘର କରାଇବା ଦେଖି ନଥିବେ ।
ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି । ନରସିଂହପୁର ଜିଲ୍ଲାର ଶ୍ରୀନଗରର ବାସିନ୍ଦା ଲକ୍ଷ୍ମଣ ଚୌଧୁରୀ ନରସିଂହପୁରର ଇଟୱାରା ବଜାର ବାସିନ୍ଦା ରିତୁ ଚୌଧୁରୀଙ୍କୁ ବିବାହ କରିବାର ଥିଲା ଯେଉଁଥିରେ ବର ଓ କନ୍ୟାଙ୍କର ବିବାହ ପାଇଁ କୌଣସି ବ୍ରାହ୍ମଣ କିମ୍ୱା ପଣ୍ଡିତ ମିଳିନଥିଲା। ହେଲେ ପେଟ୍ରୋଲିଂରେ ଯାଇଥିବା ଝାଟେଶ୍ୱର ପୋଲିସ ଥାନାର ମହିଳା ଅଧିକାରୀ ଅଞ୍ଜଳୀ ଅଗ୍ନିହୋତ୍ରୀ ବର ଓ କନ୍ୟାଙ୍କ ପରିବାର ନିକଟରୁ ବ୍ରାହ୍ଣଣ ସମସ୍ୟା କଥା ଜାଣି ନିଜେ ବ୍ରାହ୍ମଣ ହୋଇ ମନ୍ତ୍ର ପାଠ କରାଇ ବିବାହ କରାଇଥିଲେ ।
ତେବେ ମଜାର କଥା ହେଉଛି ମହିଳା ଅଧିକାରୀଙ୍କୁ ବିବାହର ମନ୍ତ୍ର ଜଣାନଥିବାରୁ ସେ ବିବାହ କରିବା ପାଇଁ ଗୁଗୁଲ ସାହାଯ୍ୟରେ କିଛି ମନ୍ତ୍ର ପଢି ବିବାହକୁ ସମାପ୍ତ କରିଥିଲେ। ଝଓ ଅଞ୍ଜଳି ଅଗ୍ନିହୋତ୍ରୀ ମନ୍ତ୍ର ପାଠ କରିବା ସହ ବର ଓ ବଧୂଙ୍କୁ ଅଗ୍ନିକୁ ସାକ୍ଷୀ ରଖି ସାତଥର ଅଗ୍ନି ଚାରିପଟେ ପରିକ୍ରମା କରି ବିବାହକୁ ଶେଷ କରାଇଥିଲେ ।