ଅପରାଧ

ବିଭାଗର ଦୁଇ ନକଲି ଏଏସଓ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଇକୋନୋମିକ୍ସ ଅଫେନ୍ସ ୱିଂ (ଇଓଡବ୍ଲୁ) ଗୃହ ବିଭାଗର ଦୁଇ ନକଲି ଏଏସଓଙ୍କୁ ଗିରଫ କରିଛି । ଏହି ଦୁଇ ଅଫିସର ୧ କୋଟି ୪୭ ଲକ୍ଷ ଟଙ୍କାର ଘପଲାତି କରିଥିବା ଅଭିଯୋଗ ହୋଇଛି । ଦୁଇ ଗିରଫ ଅଧିକାରୀ ହେଲେ ବୈକୁଣ୍ଠନାଥ ନାୟକ ଓ ଭିମସେନ ମହାରଣା । ଆଜି ଉଭୟଙ୍କୁ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର କରାଯାଇଛି । ଉଭୟଙ୍କ ଜାଲିଆତିକୁ ନେଇ ବାଦଲ ରାଉଳ ନାମକ ଜନୈକ ଯୁବକଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା । ଅଭିଯୋଗକାରୀଙ୍କ ସମେତ ୩୮ ଚାକିରି ଆଶାୟୀଙ୍କୁ ପୋଲିସ ଚାକିରି ପାଇଁ ୨୦୧୩ରେ ହୋଇଥିବା ପରୀକ୍ଷାର ସପ୍ଲିମେଣ୍ଟାରୀ ତାଲିକାରେ ନାମ ଉଠାଇଦେବାକୁ ୧.୪୭ କୋଟି ଟଙ୍କା ଠକି ନେଇଥିଲେ ।
ଅଭିଯୋଗ ଆଧାରରେ ହୋଇଥିବା ଯାଞ୍ଚରେ ବାଦଲ ଓ ଅନ୍ୟ ୩୭ ଜଣ ଆଶାୟୀ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା ସବଇନ୍ସ୍ପେକ୍ଟର, ଡେପୁଟି ସୁବେଦାର ଓ ସରଜେଣ୍ଟ ପାଇଁ ୨୦୧୩ରେ ହୋଇଥିବା ମିଶ୍ର ପୁଲିସ ସେବା ପରୀକ୍ଷା ଦେଇଥିବା ଜଣାପଡିଛି । ୨୦୧୬ ଡିସେମ୍ବରରେ ଫାଇନାଲ ମେରିଟ ଲିଷ୍ଟ ପ୍ରକାଶ ପାଇଥିଲା । ଏଥିରେ ଆଉ ଏକ ସପ୍ଲିମେଣ୍ଟାରୀ ଲିଷ୍ଟ ଆସିବ ବୋଲି ଆଶା କରାଯାଉଥିଲା । ଠକାମିର ଶିକାର ହୋଇଥିବା ଯୁବକମାନେ ଭାଇଆ ବସ ଦେଇଥିଲେ ଓ ସେମାନଙ୍କ ଆଶା ଥିଲା କି ସପ୍ଲିମେଣ୍ଟାରୀ ଲିଷ୍ଟରେ ସେମାନଙ୍କ ନାମ ଆସିବ । ଏହାର ଫାଇଦ ଉଠାଇଥିଲେ ଠକମାନେ । ବୈକୁଣ୍ଠ ନାୟକ ନିଜକୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ହୋମ ଡିପାଣ୍ଟମେଣ୍ଟ ଓ ଭୀମସେନ ମହାରଣା, ବିଭାଗର ଉଚ୍ଚାଧିକାରୀ ଓ ଅନ୍ୟ ଦୁଇ ଅଧିକାରୀ ଆଶାୟୀଙ୍କ ସହ ଯୋଗାଯୋଗ କରିଥିଲେ ତଥା ବିଶ୍ୱାସ ଜନ୍ମେଇବା ପାଇଁ ବୈକୁଣ୍ଠ ନାୟକ ଏକ ନକଲି ଏଏସଓ ଆଇଡି ଦେଖାଇ ଥିଲେ । ଏଥିସହ ପ୍ରତ୍ୟେକଙ୍କୁ ୫ରୁ ୬ ଲକ୍ଷ ଟଙ୍କା ଦେବାକୁ ପ୍ରବର୍ତ୍ତାଇଥିଲେ । ମେ ୨୦୨୦ରୁ ନଭେମ୍ବର ୨୦୨୦ ମଧ୍ୟରେ ଆଶାୟୀ ୧,୪୭ କୋଟି ଟଙ୍କା ଅଭିଯୁକ୍ତଙ୍କୁ ପଇଠ କରି ଥିଲେ । ଯାଞ୍ଚ ସମୟରେ ଜଣାପଡିଥିଲା, ଭୀବସେନ ହାଇୟର ଏଜୁକେସନ ବିଭାଗର ଜଣେ ଅବସରପ୍ରାପ୍ତ ଅଧିକାରୀ । ଯାଞ୍ଚ ସମୟରେ ବୈକୁଣ୍ଠ ନାଥଙ୍କ ଘରୁ ବହୁ ପରିମାଣର କାଗଜପତ୍ର, ୧୨ଟି ଏଟିଏମ କାର୍ଡ, ନକଲି ଏଏସଓ ଆଇଡି ଜବତ କରାଯାଇଛି । ତାଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରିଦିଆଯାଇଛି ।

Related posts

ଚଟଣୀ ନେଲା ଜୀବନ

mahabharatanews

ବାପାକୁ ପିଟି ପିଟି ହତ୍ୟା କଲା ପୁଅ

mahabharatanews

ବଙ୍ଗୀୟ ମହିଳାଙ୍କୁ ଦୁର୍ବ୍ୟବହାର

mahabharatanews