Uncategorized

ବିମାନ ଯାତ୍ରା ସମୟରେ କରନ୍ତୁ ଏହି କାମ

(ମହାଭାରତ): ସମଗ୍ର ବିଶ୍ୱ ଯେମିତି ଆଜି କୋରୋନା ଭୟରେ ଥରୁଛି । ପ୍ରାୟ ସମସ୍ତ ଦେଶ ବର୍ତ୍ତମାନ ପରିସ୍ଥିତିରେ କେମିତି ସାବଧାନତା ଅବଲମ୍ବନ କରାଯିବ ସେହି ଚେଷ୍ଟାରେ ଲାଗି ପଡିଛନ୍ତି । ଆକ୍ରାନ୍ତ ଦେଶ କୁଡିକରେ ଉଡାଜାହାଜ ଯାତ୍ରା ନେଇ କଟକଣା ଜାରି ହୋଇଥିବାବେଳେ ସାଧାରଣ ଲୋକେ ବି ଯିବାକୁ ଡରୁଛନ୍ତି । କିନ୍ତୁ ଯଦି ଜରୁରୀ କାମ ଥାଏ ତେବେ ଯିବାକୁ ତ ନିହାତି ପଡିବ । କିନ୍ତୁ ଆପଣ ଜାଣି ରଖିବା ଉଚିତ ଯେ ବିମାନ ଯାତ୍ରା ସମୟରେ କେବଳ ମାସ୍କର ବ୍ୟବହାର ବି ଏଭଳି ମାରାତ୍ମକ ଭାଇରସରୁ ରକ୍ଷା କରିପାରିବ ନାହିଁ । ତେବେ ନିଜ ଯାତ୍ରା ସମୟରେ କେଉଁ କେଉଁ ଦିଗ ପ୍ରତି ଦୃଷ୍ଟି ଦେବେ ସେ ବିଷୟରେ ଜାଣି ରଖନ୍ତୁ …
ଏୟାରପୋର୍ଟରେ ସର୍ତକ ରୁହନ୍ତୁ:
ଏୟାରପୋର୍ଟ ପରି ଜଣ ଗହଳି ପୂର୍ଣ୍ଣ ସ୍ଥାନ ଗୁଡିକରେ କୋରୋନା ଭୟ ସବୁଠୁ ଅଧିକ ଥାଏ । ଏୟାରପୋର୍ଟର ଡେସ୍କ, ହ୍ୟାଣ୍ଡଲ ବ୍ୟାର, ରେଲିଂଗ, ସିଢି ପରି ସ୍ଥାନ ଗୁଡିକରେ ସଂକ୍ରମଣରେ ଆଶଙ୍କା ଅଧିକ ଥାଏ । ତେଣୁ ଆପଣ ନିଜ ସହିତ ସାନିଟାଇଜର ନିହାତି ନେଇ ଯାଆନ୍ତୁ । କୌଣସିଟି ଜିନିଷକୁ ଛୁଇଁବା ପରେ ସାନିଟାଇଜରରେ ନିଜ ହାତ ସଫା କରିଦିଅନ୍ତୁ । ଯେତେଦୂର ସମ୍ଭବ ଭିଡ ଠାରୁ ନିଜକୁ ଦୂରେଇ ରଖନ୍ତୁ ।
ଭୋଜନ କରିବା ପୂର୍ବରୁ ହାତ, ଗୋଡ ଆଦି ସଫା କରିବାକୁ ଜମା ଭୁଲନ୍ତୁନାହିଁ ।

କୋରୋନା ଭାଇରସ ପାଇଁ ପୂର୍ବରୁ ଜାରି ହୋଇଥିବା ସୂଚନାଅନୁଯାୟୀ ନିଜ ମୁହଁ, ନାକ, ଆଖି ଛୁଅନ୍ତୁ ନାହିଁ । ବାରମ୍ବାର ଛୁଇଁବା ଦ୍ୱାରା କ୍ଷତିକାରକ ବ୍ୟାକ୍ଟେରିଆ ଶରୀର ଭିତରେ ସିଧାସଳଖ ପ୍ରବେଶ କରିଥାଏ ।

ଯଦି ଆପଣଙ୍କ ଆଖପାଖର ଲୋକେ ଥଣ୍ଡା କିମ୍ବା ଜ୍ୱରରେ ଆକ୍ରାନ୍ତ ହୋଇଥାନ୍ତି, ତେବେ ମାସ୍କ ନିହାତି ବ୍ୟବହାର କରନ୍ତୁ । କାରଣ ସଂକ୍ରମିତ ବ୍ୟକ୍ତିର ଡ୍ରପଲେଟ ଜରିଆରେ ହିଁ ଏହି ଇନଫେକ୍ସନ ଶୀଘ୍ର ବ୍ୟାପିଥାଏ ।

Related posts

ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଓସ୍ତ

mahabharatanews

୭ ଆସନରୁ ଆପ ନିଜ ବାଗିଙ୍କ ସହ ମୁହାଁମୁହିଁ

mahabharatanews

ଶାନ୍ତି ବଜାୟ ରଖିବାରେ ବିଶ୍ୱରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ: ଇରାନ ରାଷ୍ଟ୍ରଦୂତ

mahabharatanews

Leave a Comment