(ସରୋଜ କୁମାର ରାଉତ): ବିଶ୍ୱବ୍ୟାପି କରୋନା ଭାଇରସ ଏକ ତାଣ୍ଡଲିଳା ଆରମ୍ଭ କରିଛି । ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ଛୁଇଁଥିବା ବେଳେ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୨୬ ହଜାର ଟଙ୍କା ଅତିକ୍ରମ କରିଛି । ଆମେରିକାରେ ପୁଣି ୨୪ ଘଣ୍ଟା ମଧ୍ୟରେ ୧୫୦୯ ଲୋକଙ୍କ ମୃତ୍ୟୁ ନେଇ ହାହାକାର ସୃଷ୍ଟି ହୋଇଛି । ବ୍ରିଟେନରେ ଦିନକରେ ୭୧୭ ଜଣ ଏବଂ ଫ୍ରାନ୍ସରେ ୫୭୪ ଜଣଙ୍କ ମୃତ୍ୟୁ ହୋଇଛି। ଫ୍ରାନ୍ସରେ ମୃତ୍ୟୁ ସଂଖ୍ୟା ୧୫ ହଜାରରେ ପହଞ୍ଚିଯାଇଥିବା ବେଳେ ବିଶ୍ବର ସର୍ବାଧିକ କରୋନା ମୃତ୍ୟୁ ଆମେରିକାରେ ହୋଇଛି । ଆମେରିକାର ମୃତ୍ୟୁ ସଂଖ୍ୟା ୨୩ ହଜାର ୮ ଶହ ଅତିକ୍ରମ କରିଯାଇଛି। ସ୍ପେନ୍ରେ ମୃତ୍ୟୁ ସଂଖ୍ୟା ୧୮ ହଜାର ଅତିକ୍ରମ କରିଥିବା ବେଳେ ଇଟାଲିରେ ୧୦ ହଜାର ୫ ଶହ ଲୋକଙ୍କ ମୃତ୍ୟୁ ହୋଇଛି। ଜର୍ମାନୀରେ ୩ ହଜାର ୨ ଶହ ଲୋକ କରୋନା ମହାମାରୀରେ ପ୍ରାଣ ହରାଇଛନ୍ତି। ବ୍ରିଟେନ୍ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୮ ହଜାର ଅତିକ୍ରମ କରିଥବା ବେଳେ ମୃତ୍ୟୁ ସଂଖ୍ୟା ୧୧ ହଜାର ୩ ଶହରେ ରହିଛି। ଦକ୍ଷିଣ କୋରିଆରେ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବା ଆଉ ୧୧୬ ଜଣଙ୍କ ରିପୋର୍ଟ ପୁଣି ପଜିଟିଭ୍ ଆସିଛି। ଏହାପରେ ସମସ୍ତ ସୁସ୍ଥ ଲୋକଙ୍କ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ଜାତିସଂଘ ମହାସଚିବ କହିଛନ୍ତି ଯେ ଜାତିସଂଘ କର୍ମଚାରୀଙ୍କ ମଧ୍ୟରୁ ମଧ୍ୟରୁ ଏ ପର୍ୟ୍ୟନ୍ତ ୧୮୯ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଆମେରିକାରେ କରୋନା ଯୋଗୁଁ ୯୫ ପ୍ରତିଶତ ଲୋକ ପ୍ରଭାବିତ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ଛୁଇଁବାକୁ ଯାଉଛି। ଅନ୍ୟପକ୍ଷରେ ଆଜି ଟ୍ରମ୍ପ୍ କହିଛନ୍ତି ଯେ ଦେଶରେ ଲକ୍ଡାଉନ୍ ହଟାଇବା ପାଇଁ ଏବେ ଯୋଜନା ହେଉଛି ଏବଂ ପରିସ୍ଥିତିକୁ ଦେଖି ତାରିଖ ଘୋଷଣା କରାଯିବ। ଚୀନ୍ରେ ଏବେ ୧୪୬୪ ଜଣ ବିଦେଶୀ ନାଗରିକ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।
previous post
