ପାଟଣା: ବିହାର ବିଧାନସଭାର ବଜେଟ ଅଧିବେଶନ ସମୟରେ ଏକ ଅଦ୍ଭୂତପୂର୍ବ ଦୃଶ୍ୟ ଦେଖିôବାକୁ ମଳିଥିଲା । ଆରଜେଡି ବିଧାୟକ ସୁବୋଧ କୁମାର ରାୟ ଏକ ମୂଷାକୁ ଯନ୍ତାରେ ଧରି ବିଧାନସଭା ପରିଷଦରେ ପହଞ୍ଚି କହିଥିଲେ ବିହାରର ଫାଇଲ ଖାଇଥିବା, ମଦ ପିଇଥିବା ଓ ହସ୍ପିଟାଲରେ ରଖାଯାଇଥିବା ସାଲାଇନ ପିଉଥିବା ଅପରାଧିକୁ ଆଜି ଧରିନିଆଯାଇଛି । ଏହି ଅବସରରେ ପୂର୍ବ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ରାବଡି ଦେବୀ ଉପସ୍ଥିତ ଥିଲେ । ସେ ନିତୀଶଙ୍କୁ ଟାର୍ଗେଟ କରି କହିଥିଲେ, ଏହି ସରକାର ଗୁରୁତ୍ୱପୂର୍ଣ୍ଣ ଫାଇଲ ଗାଏବ, ମଦ ଓ ଔଷଧ ଲୁଟ ହେବା ପାଇଁ ମୂଷାକୁ ଦାୟୀ କରୁଛି । ତେଣୁ ଆମେ ଏହି ଅପରାଧିକୁ ଧରି ବିଧାନସଭାରେ ଉପସ୍ଥାପିତ କରିଛି, ଯେମିତି ଏହାକୁ ଦଣ୍ଡ ଦିଆଯାଇପାରିବ । ଆରଜେଡି ସଦସ୍ୟ କହିଛନ୍ତି, ରାଜ୍ୟ ସରକାର ଏହି ବଦମାସ ମୂଷାକୁ କଡାରୁ କଡା ଦଣ୍ଡ ଦେବା ଦରକାର । ବିଧାନ ପରିଷଦରେ ମୂଷାକୁ ନେଇ ବହୁ ସମୟ ଧରି ଡ୍ରାମା ଚାଲିଥିଲା ।
ସୂଚନାଯୋଗ୍ୟ, ରାଜ୍ୟରେ ଚଳିତ ବର୍ଷ ସେପ୍ଟେମ୍ବର, ଅକ୍ଟୋବରରେ ନିର୍ବାଚନ ହେବାକୁ ଥିବା ବେଳେ ସରକାରୀ ଦଳ ଓ ବିପକ୍ଷ ପରସ୍ପରକୁ ଛୋଟ ବଡ ମାମଲାରେ ପରସ୍ପରକୁ ଆକ୍ରମଣ କରୁଛନ୍ତି ।