Uncategorized

ରାହୁଲଙ୍କ ପୋଷ୍ଟ ଉଡାଇ ଦିଆଗଲା ଇନଷ୍ଟା

ନୂଆଦିଲ୍ଲୀ: ପୁଣି ସୋସିଆଲ ମିଡିଆରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ପୋଷ୍ଟ ହଟିଲା । ଫେସବୁକ ଓ ଇନଷ୍ଟାଗ୍ରାମ ପୋଷ୍ଟକୁ ଉଡାଇ ଦେଇଛି । ଟୁଇଟର ପରି ସମାନ ଅଭିଯୋଗ ରହିଛି ଫେସବୁକ ଓ ଇନଷ୍ଟାଗ୍ରାମର । ଉଡାଇ ଦିଆଯାଇଥିବା ପୋଷ୍ଟରେ ଦୁଷ୍କର୍ମ ପୀଡିତାଙ୍କ ପରିବାରଙ୍କ ପରିଚୟ ଜଣାପଡ଼ୁଥିବାରୁ ପୋଷ୍ଟ ହଟାଇ ଦିଆଯାଇଛି । ପୂର୍ବରୁ ଟୁଇଟର ମଧ୍ୟ ସମାନ ପୋଷ୍ଟକୁ ଡିଲିଟ କରି ରାହୁଲଙ୍କ ଆକାଉଣ୍ଟକୁ ଲକ କରିଦେଇଥିଲା ।
ଜାତୀୟ ରାଜଧାନୀ ଦିଲ୍ଲୀରେ ଜଣେ ୯ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା ଓ ଜୋରଜବରଦସ୍ତ ଶବସଂସ୍କାର କରାଯାଇଥିଲା। ଏହି ଘଟଣାରେ ରାହୁଲ ପୀଡିତାଙ୍କ ପରିବାରକୁ ଭେଟିଥିଲେ ସେ ସେତେବେଳର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଥିଲେ । କିନ୍ତୁ ଏହା ଦ୍ୱାରା ପୀଡିତା ପରିବାରର ପରିଚୟ ସାର୍ବଜନୀନ ହୋଇଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ ହୋଇଥିଲା ଓ ଟ୍ୱିଟର ତାଙ୍କ ଆକାଉଣ୍ଟକୁ ବ୍ଲକ କରି ଦେଇଥିଲା । ଏବେ ଫେସବୁକ ଓ ଇନଷ୍ଟାଗ୍ରାମ ବି ରାହୁଲ ଗାନ୍ଧିଙ୍କ ପୋଷ୍ଟକୁ ହଟାଇ ଦେଇଛି।

 

Related posts

ବାଦୁଡ଼ି ପ୍ରେମରେ ବୃଦ୍ଧା

mahabharatanews

ଗତ ୨୪ ଘଣ୍ଟାରେ ଦେଶରେ କରୋନାଜନିତ ମୃତ୍ୟୁ ୯୭୧

mahabharatanews

ଘରର ମୁଖ୍ୟ ଦ୍ୱାରରେ ଲଗାନ୍ତୁ ଏହି ସବୁ ଚିହ୍ନ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

mahabharatanews