ଓଡିଶା

ବୁଡ ପକାଇବାକୁ ଯାଇ ନଦୀରେ ବୁଡିଗଲା ଶିଶୁ

(ମହାଭାରତ, ପାଟଣା): କେଉଁଝର ଜିଲ୍ଲା ପାଟଣା ଥାନା ଉଦୟପୁର ଥାନା ମୁଣ୍ଡା ସାହିରେ ମକର ସଂକ୍ରାନ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି । ବୈତରଣୀ ନଦୀରେ ମକର ବୁଡ ପକାଇବାକୁ ଯାଇ ମୁଣ୍ଡା ସାହିର ଜଣେ ୬ ବର୍ଷର ଶିଶୁର ପାଣିରେ ବୁଡି ମୃତ୍ୟୁ ହୋଇଛି । ମୃତ ଶିଶୁ ଜଣକ ସେହି ଗାଁର ବାସିନ୍ଦା ରାମ ମୁଣ୍ଡାଙ୍କ ପୁଅ ଓମ ସାଇ ମୁଣ୍ଡା ବୋଲି ଜଣାପଡିଛି । ସୂଚନା ଅନୁସାରେ, ଓମ ବୁଧବାର ମକର ସଂକ୍ରାନ୍ତି ଅବସରରେ ଅପରାହ୍ନରେ ନିଜ ପରିବାର ସହ ବୈତରଣୀ ନଦୀର ଉଦୟପୁର ଘାଟକୁ ବୁଡ ପକାଇବାକୁ ଯାଇଥିଲେ । ସେଠାରେ ଗାଧୋଇବା ବେଳେ ହଠାତ ପାଣିରେ ବୁଡିଯାଇଥିଲେ । ଘର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରି ଉଦ୍ଧାର କରିବା ପରେ ଉଦୟପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁବାର ପାଟଣା ଠାରେ ଶିଶୁଙ୍କର ମୃତଦେହର ବ୍ୟବଚ୍ଛେଦ କରାଯାଇଛି । ଏନେଇ ପାଟଣା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

Related posts

ରାଜ୍ୟରେ କାରୋନା ସଂକ୍ରମଣ ବଢିଛି ; ୧୬୭ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ମହାପ୍ରଭୁଙ୍କୁ ସମର୍ପି ଦେଲେ ୭୫ ଲକ୍ଷ ଟଙ୍କାର ସ୍ୱର୍ଣ୍ଣ ଅଳଙ୍କାର 

mahabharatanews

ଏହି ସବୁ ସ୍ଥାନରେ ମନ୍ତ୍ରୀ କଲେ ପତାକା ଉତ୍ତୋଳନ

mahabharatanews