ଓଡିଶା

ଏହି ସବୁ ସ୍ଥାନରେ ମନ୍ତ୍ରୀ କଲେ ପତାକା ଉତ୍ତୋଳନ

(ଶୁଭସ୍ମିତା ଦାଶ ): ଆଜି ଦେଶ ପାଳନ କରୁଛି ୭୧ ତମ ସାଧାରଶତନ୍ତ୍ର ଦିସବ । ଆକାଶରେ ତ୍ରିରଙ୍ଗା ମାଳ । ତା ସାଙ୍ଗକୁ ଦେଶଭକ୍ତିର ସଙ୍ଗୀତ । ଚାରେିଆଡ଼େ ଦେଶ ଭକ୍ତିର ପରିବେଶ । ବିଭିନ୍ନ ସ୍ଥାନରେ ଜାତୀୟ ପତାକାକୁ ସମ୍ମାନ ଜଣାଇ ପତାକା ଉତ୍ତୋଳନ କରାଯାଇଛି ।
ଭୁବନେଶ୍ୱର ସ୍ଥିତ ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳିତ ହୋଇଛି। ଏଥିରେ ରାଜ୍ୟପାଳ ଗଣେଣୀ ଲାଲ୍‌ ପତାକା ଉତ୍ତୋଳନ କରିଥିଲେ। ଏଥିସହ ସେ ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ।
ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ରାମେଶ୍ୱର ମନ୍ଦିର ନିକଟସ୍ଥ ଷ୍ଟାଡିୟମ ଠାରେ ହସ ଉଲ୍ଲାସର ସହିତ ୭୧ ତମ ସାଧାରଣତନ୍ତ୍ର ଦିବସ – ୨୦୨୦ ମହାସମାରୋହରେ ପାଳିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବରେ ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରି ସମବେତ ଜନତା ଙ୍କୁ ଉଦ୍ ବୋଧନ ଦେଇଥିଲେ ।
ସେହିପରି ଗଞ୍ଜାମରେ ଆୟୋଜିତ ଜିଲ୍ଳା ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ ।
ସେହିପରି ଭାବେ ପୁରୀ ଜିଲ୍ଳା ତାଳବଣିଆ ସ୍ଥିତ ଇଣ୍ଡୋର ଷ୍ଟାଡ଼ିୟମଠାରେ ୭୧ ସ୍ୱାଧୀନତା ଦିବସ ପାଳିତ ହୋଇଛି । ଏଠାରେ ମୁଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହିତ ପରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ପରେଡରେ ୬୨ ଟି ଟ୍ରୁପ ଭାଗ ନେଇଥିଲେ ।

Related posts

୫୩ ବର୍ଷରେ ପାଦ ଦେଲେ ଆଇଏଏସ୍ ସନ୍ତୋଷ ଷଡ଼ଙ୍ଗୀ

mahabharatanews

ଆଜି ଶ୍ରୀଜୁଉଙ୍କୁ ଫୁଲୁରି ତେଲ ଲାଗି

mahabharatanews

ପାଟଣା ସିଡିପିଓଙ୍କ ମନମାନି କାର୍ୟ୍ୟକୁ ନେଇ କାର୍ଯ୍ୟାଳୟ ଘେରାଉ କଲେ ଅଙ୍ଗନୱାଡି କର୍ମୀ

mahabharatanews

Leave a Comment