ଭାରତ

ବୃନ୍ଦାବନ: ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ

ମଥୁରା: ଶନିବାର ସକାଳେ ବୃନ୍ଦାବନରେ ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ । ମାଲବାହୀ ଟ୍ରେନର ଚାରୋଟି ବଗି ଲାଇନଚ୍ୟୁତ ହୋଇ ଓଲଟି ପଡ଼ିଲା । ଫଳରେ ଆଗ୍ରା-ଦିଲ୍ଲୀ ରେଳପଥ ବ୍ୟାହତ ହୋଇଛି । ବୃନ୍ଦାବନର କୋତବାଲି ଅଞ୍ଚଳରେ ଏକ ସିମେଣ୍ଟ ଭର୍ତ୍ତି ମାଲବାହୀ ଟ୍ରେନଟି ଓଲଟି ପଡ଼ିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ରେଳ ଅଧିକାରୀ ଓ ଆରପିଏଫ ପହଞ୍ଚିଛନ୍ତି ଏବଂ ରେଳ କର୍ମଚାରୀଙ୍କ ଦ୍ବାରା ଉଦ୍ଧାରକାର୍ୟ୍ୟ ଜାରି ରହିଛି । ତେବେ ଦୁର୍ଘଟଣାଗ୍ରସ୍ତ ଟ୍ରେନଟି ଆଗ୍ରାରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା । ଏହି ଦୁର୍ଘଟଣା ଯୋଗୁଁ ରେଲୱେ ଟ୍ରାକଟି କ୍ଷତିଗ୍ରସ୍ତ ହେବା ସହ ଆଗ୍ରା-ଦିଲ୍ଲୀ ରେଳପଥରେ ଯାତାୟତ ବନ୍ଦ ରହିଛି । ଏଥିସହ ଅନେକ ଟ୍ରେନ ଗୁଡ଼ିକର ମାର୍ଗ ପରିବର୍ତ୍ତନ କରାଯାଇଛି।

 

Related posts

ପେଗାସସ୍ ମାମଲାରେ ଗଠନ ହେବ ବିଶେଷଜ୍ଞ କମିଟି

mahabharatanews

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଲେ ମୀରାବାଈ ଚାନୁ

mahabharatanews

ଅର୍ଜୁନ ଖାର୍ଗେଙ୍କୁ Z + ସୁରକ୍ଷା 

mahabharatanews