Uncategorized

ବୃହତ୍ତର ଖଣ୍ଡପୀଠରେ ହେବନି ଧାରା ୩୭୦ ଉଚ୍ଚେଦ ମାମଲାର ଶୁଣାଣି: ସୁପ୍ରିମକୋର୍ଟ

(ନୂଆଦିଲ୍ଲୀ): ଅନୁଚ୍ଛେଦ ୩୭୦ର ଶୁଣାଣି ୭ ଜଣିଆ ବୃହତ୍ତର ଖଣ୍ଡପୀଠରେ ହେବନି । ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବିରୋଧରେ ଆଗତ ମାମଲାଗୁଡିକୁ ବୃହତ୍ତର ଖଣ୍ଡପୀଠଙ୍କୁ ପଠାଇବାକୁ ସୋମବାର ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ଧାରା ୩୭୦ ସମ୍ବନ୍ଧୀୟ ସମସ୍ତ ମାମଲାର ଶୁଣାଣି ୫ ଜଣିଆ ଖଣ୍ଡପୀଠ ଜାରି ରଖିବେ ବୋଲି କୋର୍ଟ କହିଛନ୍ତି । ଏହି ସମ୍ବେଦନଶୀଳ ମାମଲାକୁ ୭ ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇବା ପାଇଁ ଏକାଧିକ ଆବେଦନ ହୋଇଥିଲା । କିନ୍ତୁ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଛନ୍ତି । ପୂର୍ବଭଳି ଧାରା ୩୭୦ ସମ୍ପର୍କିତ ସମସ୍ତ ମାମଲାର ଶୁଣାଣି ୫ ଜଣିଆ ଖଣ୍ଡପୀଠରେ ହେବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ଏହି ମାମଲାର ଶୁଣାଣି ୭ ଜଣିଆ ଖଣ୍ଡପୀଠରେ ହେବାକୁ ଆବେଦନକାରୀ ଦାବି କରିଥିଲେ । କିନ୍ତୁ କୋର୍ଟ ଏହାକୁ ଅଗ୍ରାହ୍ୟ କରିଛନ୍ତି । ଜଷ୍ଟିସ ଏନଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ସୋମବାର ଏହି ମାମାଲାର ଶୁଣାଣି କରିଥିଲେ । ଧାରା ୩୭୦ ସମ୍ପର୍କିତ ଆବେଦନଗୁଡିକର ଶୁଣାଣିକୁ ବୃହତ୍ତର ଖଣ୍ଡପୀଠ ନିକଟକୁ ପଠାଇବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଥିଲେ । ବର୍ତ୍ତମାନ ଜଷ୍ଟିସ ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ହିଁ ଏହି ମାମଲାର ଶୁଣାଣି କରିବେ । ଗତବର୍ଷ ଅଗଷ୍ଟ ୫ ତାରିକରେ କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବାର ସାମ୍ବିଧାନ୍ଖଳ ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଅନେକ ପିଟିସନ ଦାଏର ହୋଇଥିଲା । ଶୁଣାଣି ପାଇଁ ପିଟିସନଗୁଡିକୁ ଏକ ବୃହତ୍ତର ଖଣ୍ଡପୀଠକୁ ହସ୍ତାନ୍ତର କରାଯାଉ ବୋଲି ‘ପିପୁଲସ୍ ୟୁନିଅନ୍ ଅଫ୍ ସିଭିଲ୍ ଲିବର୍ଟିସ୍’, ଜମ୍ମୁ-କାଶ୍ମୀô ହାଇକୋର୍ଟ ବାର ଆସୋସିଏସନଙ୍କ ପକ୍ଷରୁ ନିବେଦନ କରାଯାଇଥିଲା । କିନ୍ତୁ ଆଜି କୋର୍ଟ ଏହାକୁ ଖାରଜ କରିଛନ୍ତି । ଗତ ଜାନୁଆରୀ ୨୩ରେ ଏହାର ଶୁଣାଣି କରି ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ । ତେବେ କେନ୍ଦ୍ର ସରକାର ପୂର୍ବରୁ ଏହି ଆବେଦନଗୁଡିକୁ ବିରୋଧ କରିଆସୁଥିଲେ । ସୂଚକନାଯୋଗ୍ୟ, ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଜମ୍ମୁୃ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହ ଉପତ୍ୟକାକୁ ୨ ଭାଗରେ ବିଭକ୍ତ କରିଥିଲେ । ଫଳରେ ଜମ୍ମୁ-କାଶ୍ମୀର ଓ ଲଦ୍ଧକ୍ଷ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଥିଲା । ସେବେଠାରୁ ଜମ୍ମୁ-କାଶ୍ମୀରରେ ଏହି ଧାରା ବଳବତ୍ତର ରହିଛି ।

Related posts

ଇରାନର ପରମାଣୁ ପାୱାର ପ୍ଲାଣ୍ଟ ନିକଟରେ ଭୁକମ୍ପ

mahabharatanews

ଆତଙ୍କବାଦର ରୋଜଗାର ବାଟ ନିଶା କାରବାର: ଶାହା

mahabharatanews

ଭିରାଫିନର ଦାମ ୧୧,୯୯୫ ଟଙ୍କା

mahabharatanews