ଅପରାଧ

ବେଆଇନ ଦେଶୀ ମଦ ଜବତ, ୬ ଗିରଫ

(ମହାଭାରତ, ଜଳେଶ୍ୱର): ଅବକାରୀ ବିଭାଗକୁ ପୁଣି ଏକ ବଡ ସଫଳତା ମିଳିଛି । ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଚାଲିଥିବା ବେଆଇନ ଦେଶୀ ବିଦେଶୀ ମଦ ପ୍ରସ୍ତୁତ ହେଉଥିବା ଆଡ୍ଡା ଉପରେ ଅବକାରୀ ପୋଲିସ ଚଢାଉ କରିଛି । ଏଠାରୁ ବିପୁଳ ପରିମାଣର ମଦ ଜବତ ହେବା ସହ ଏଥିରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ଭୋଗରାଇ ଅଞ୍ଚଳରେ ଦୀର୍ଘଦିନ ହେବ ବେଆଇନ ମଦ ବ୍ୟବସାୟ ହେଉଥିଲା । ଏନେଇ ଅବକାରୀ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ତେବେ ଗତ ରବିବାର ଜିଲ୍ଲା ଅବକାରୀ ଏସପି ବିବେକାନନ୍ଦ ନାଏକ ଉକ୍ତ ଅଞ୍ଚଳରେ ଚଢାଉ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଭୋଗରାଇ ଅବକାରୀ ବିଭାଗ ପକ୍ଷରୁ ଏଠାରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ଚଢାଉ ବେଳେ ୨୦୦ ଲିଟର ଦେଶୀ ଓ ବିଦେଶୀ ମଦ ଜବତ ହୋଇଛି । ଏହି କାରବାରରେ ସମ୍ପୃକ୍ତ ୬ ଜଣଙ୍କୁ ଅବକାରୀ ପୋଲିସ ଗିରଫ କରିଛି । ଭୋଗରାଇ ଅଞ୍ଚଳରେ ଦେଶୀ ଓ ବିଦେଶୀ ମଦ ପ୍ରସ୍ତୁତ ହୋଇ ବାହାରକୁ ଚାଲାଣ କରାଯାଉଥିବା ସୂଚନା ମିଳିଛି ।

Related posts

ଚଟଣୀ ନେଲା ଜୀବନ

mahabharatanews

ସାଲେପୁର ପୋଲିସର ମାସ୍କ ଚେକିଂ

mahabharatanews

ଲୁଟେରା ଗ୍ୟାଙ୍ଗର ୯ ଲୁଟେରା ଗିରଫ, ମାରଣାସ୍ତ୍ର ଜବତ

mahabharatanews