ଅପରାଧ

ବେଆଇନ ପଥର ବୋଝେଇ ଟ୍ରକ ଜବତ

(ଜୟନ୍ତ କୁମାର ସେଠୀ/ଗୋପ): ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଗୋଡିପୁଟ ମାଟିଆ ପଡା ଗ୍ରାମ ପଞ୍ଚାୟତରେ ଦିନକୁ ଦିନ ପଥର ମାଫିଆ ମାନେ ସକ୍ରିୟ ହୋଇ ପଡିଛନ୍ତି । କିଛି ଦିନ ତଳେ ଯମୁନା ଝାରପଡା ଗ୍ରାମ ପାଖରେ ବେଆଇନ ପଥର ଖନନ କରାଯାଉଛି ବୋଲି ବିଭିନ୍ନ ଖବର କାଗଜରେ ପ୍ରକାଶିତ ହୋଇଥିଲା । ଏହି ଖବର ପ୍ରକାଶିତ ହେବା ପରେ ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆ ଅଚାନକ ଚଡାଉ କରିଥିଲେ । ଚଡାଉ ସମୟରେ ଏକ ବେଆଇନ ପଥର ଟ୍ରକକୁ ଜବତ କରିବା ସହ ୨୮ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାପଡିଛି ।

Related posts

ଗୋଚାଲାଣକାରୀଙ୍କ ଗୁଳି ମାଡ଼ରେ ଦୁଇଜଣ ଗୋସେବକଗୁରୁତର ଆହତ

mahabharatanews

ବ୍ୟାଗରେ ଧରି ମୃତ ଶିଶୁ କନ୍ୟାକୁ ବୁଲିଲା ବାପା

mahabharatanews

ପ୍ରେମିକକୁ ହତ୍ୟା ଘଟଣାରେ ୧୪ ଜଣ ଅଭିଯୁକ୍ତ ଗିରଫ

mahabharatanews