ଅପରାଧ

କୁଡାସିଂହା ଡକାୟତି ମାମଲାରେ ୭ ଗିରଫ

(ମହାଭାରତ, ବଲାଙ୍ଗୀର): ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା କୁଡାସିଂହା ଗାଁରେ ଗତ ଜାନୁଆରୀ ୨୩ ତାରିଖରେ ହୋଇଥିବା ଡକାୟତି ମାମଲାରେ ଶନିବାର ୭ ଜଣ ଗିରଫ ହୋଇଛନ୍ତି । ଏହା ସହିତ ଗିରଫ ଅଭିଯୁକ୍ତଙ୍କ ଠାରୁ ଏକ ବୋଲେରୋ, ଅଟୋ ରିକ୍ସା, ଗୋଟିଏ ବାଇକ୍, ଚାରୋଟି ମୋବାଇଲ ଫୋନ ସହ ନଗଦ ୫୧ ହଜାର ଟଙ୍କା ପୋଲିସ ଜବତ କରିଛି । ପୋଲିସ ସୂଚନା ଅନୁସାରେ, ଜାନୁଆରୀ ୨୩ ତାରିଖରେ କୁଡାସିଂହା ଗାଁର ଉଜ୍ଜଳ ସାହୁଙ୍କ ଘରେ ରାତି ପ୍ରାୟ ସାଢେ ୧୧ଟା ବେଳେ ୧୪/୧୫ ଜଣ ଡକାୟତ ଗ୍ରୀଲ ଭାଙ୍ଗି ପସିଥିଲେ । ଉଜ୍ଜଳଙ୍କୁ ମାଡ ମାରି ଘରୁ ୩୦ ଭରି ସୁନା ସମେତ ନଗଦ ୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଏନେଇ ଥାନାରେ ଅଭିଯୋଗ ଦାଖଲ ହେବା ପରେ ବଲାଙ୍ଗୀର ପୋଲିସ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିଥିଲା । ତେବେ ତଦନ୍ତ ବେଳେ ପଡୋଶୀ ଗାଁ ଅର୍ଡାର ଲକ୍ଷ୍ମଣ ସୁନା ଏହି ଘଟଣାର ସୁତ୍ରଧର ବୋଲି ଜଣାପଡିଥିଲା । ଉଜ୍ଜଳ ଜଣେ ଧନୀ ବ୍ୟକ୍ତି ଓ ତାଙ୍କ ଘରେ ବହୁ ଟଙ୍କା ଓ ସୁନା ରହିଥିବା ସେ ଡକାୟତମାନଙ୍କୁ ସୂଚନା ଦେଇଥିଲେ । ପୋଲିସ ୭ ଜଣ ଡକାୟତଙ୍କୁ ଗିରଫ କରିବାରେ ସଫଳ ହେବା ପରେ ଅନ୍ୟ ଡକାୟତମାନଙ୍କୁ ଧରିବା ପାଇଁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଜିଲ୍ଲା ବାହାରକୁ ଯାଇଥିବା ଅତିରିକ୍ତ ଏସପି ମନୋରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।

Related posts

ଢାବାରେ ଖାଇବାକୁ ନେଇ ଯୁବକଙ୍କୁ ଗୁଳିମାଡ

mahabharatanews

ମହିଳାଙ୍କ ତଣ୍ଟି ଚିପି ହତ୍ୟାକଲା ସାବତ ପୁଅ

mahabharatanews

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ: ୨ ଅଟକ

mahabharatanews