ଓଡିଶା

ବେଆଇନ ବିଦେଶୀ ମଦ ଜବତ, ୧ ଗିରଫ

(ମହାଭାରତ, ହିଞ୍ଜିଳି): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁୁର କୋଦଳା ଥାନା ଅନ୍ତର୍ଗତ ବେଗୁନିଆପଡ଼ାର ଏକ ହୋଟେଲ ଉପରେ ଗୁରୁବାର ଅପରାହ୍ନରେ ଚଢ଼ାଉ କରାଯାଇଥିଲା । ଚଢାଉ ବେଳେ ଏଠାରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯାଇଛି । ଏହି କାରବାରରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ବେଗୁନିଆପଡାର କେ. ସୁନିଲ ରାଓ ବୋଲି ଜଣାପଡିଛି । ସେ ଏକ ହୋଟେଲ ମାଲିକ ବୋଲି ଜଣାଯାଇଛି । ସୂଚନା ଅନୁଯାୟୀ, ବେଗୁନିଅପଡା ବଜାରରେ ଥିବା ରାମକୃଷ୍ଣ ହୋଟେଲରେ ବେଆଇନ ଭାବେ ମଦ କାରବାର ସମ୍ପର୍କରେ ପୋଲିସକୁ କୌଣସି ସୂତ୍ରରୁ ଖବର ମିଳିଥିଲା । ଏସଡିପିଓ ସୀମା ସ୍ୱାଇଁ ନେତୃତ୍ୱରେଏକ ଟିମ୍ ସେହିଦିନ ପାଟ୍ରୋଲିଂ ବେଳେ ସେଠାରେ ଚଢ଼ାଉ କରଥିଲେ । ଏହି ସମୟରେ ଘଟଣାସ୍ଥଳରୁ ବିପୁଳ ପରିମାଣର ବିଦେଶୀ ମଦ ପୋଲିସ ଜବତ କରଥିଲା । ଏହାସହ ହୋଟେଲ ମାଲିକ କେ. ସୁନିଲ ରାଓଙ୍କୁ ପୋଲିସ ଗିରଫ କରିଥିଲା । ସହରରେ ବିଦେଶୀ ମଦ କାରବାର ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ପୋଲିସ ଛାନଭିନ ଆରମ୍ଭ କରିଛି । ଏନେଇ କୋଦଳା ଥାନାରେ ଏକ ମାମଲା ରୁଜୁ ହୋଇଛି ।

Related posts

ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କ ଉପସ୍ଥିତିରେ ସାମ୍ବାଦିକଙ୍କୁ ଟିକା

mahabharatanews

ଶ୍ରାବଣର ଶେଷ ସୋମବାରରେ ଶୈବପୀଠରେ ଭକ୍ତଙ୍କ ଭିଡ଼

mahabharatanews

ଅଗଷ୍ଟ ୧୬ରୁ ସାରା ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ !

mahabharatanews