ଓଡିଶା

ଶ୍ରାବଣର ଶେଷ ସୋମବାରରେ ଶୈବପୀଠରେ ଭକ୍ତଙ୍କ ଭିଡ଼

ଭୁବନେଶ୍ୱର : ଶ୍ରାବଣର ଶେଷ ସୋମବାରରେ ଚଳଚଞ୍ଚଳ ସମସ୍ତ ଶୈବପୀଠ । ଶ୍ରାବଣର ଶେଷ ସୋମବାର ହୋଇଥିବା କାରଣରୁ ସବୁ ଶୈବପୀଠରେ ଭକ୍ତଙ୍କ ଭିଡ଼ ଲାଗିଛି । ମାନସିକଧାରୀ ଶୈବ ଭକ୍ତ ଶିବ ଲିଙ୍ଗରେ ପାଣି ଢାଳୁଛନ୍ତି । ହରହର ମହାଦେବ ନାରାରେ କମ୍ପୁଛି ପରିବେଶ । ଦେବଦେବ ମହାଦେବଙ୍କ ଉପରେ ପାଣି ଢାଳି ଶୁଭ ମନାସୁଛନ୍ତି କାଉଡ଼ିଆ ।

ଭୁବନେଶ୍ବରର ବାବା ଲିଙ୍ଗରାଜ, ପୁରୀର ଲୋକନାଥ, କଟକର ବାବା ଧବଳେଶ୍ବର, ନୟାଗଡର ଲଡୁବାବାଙ୍କ ସମେତ ପ୍ରମୁଖ ଶୈବ ପୀଠରେ ଲାଗିଛି ଭକ୍ତଙ୍କ ଭିଡ଼ । ଭୋରୁ ମନ୍ଦିର ଖୋଲିବା ପରେ ବାବାଙ୍କ ନିକଟରେ ଜଳାଭିଷେକ କରୁଛନ୍ତି ମାନସିକଧାରୀ । ହଜାରହଜାର ଶ୍ରଦ୍ଧାଳୁଙ୍କ ଆଗମନ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରିଛି ପ୍ରଶାସନ । ପାଣି ଢାଳିବା ପାଇଁ ହୋଇଛି ବ୍ୟାରିକେଡ ବ୍ୟବସ୍ଥା । ବ୍ୟାରିକେଡରେ ଯାଇ ଶାନ୍ତିଶୃଙ୍ଖଳାର ସହିତ ବାବାଙ୍କୁ ଜଳଲାଗି କରୁଛନ୍ତି ଭକ୍ତ ।

Related posts

ଏସଟିଏଫ ପଞ୍ଝାରେ ୨ ବ୍ୟାଙ୍କ କର୍ମଚାରୀ

mahabharatanews

ବଢିବ ଶୀତ; ଭୁବନେଶ୍ବର ତାପମାତ୍ରାରେ ୧୯.୭ ଡିଗ୍ରି ରେକର୍ଡ 

mahabharatanews

ବନ୍ଦେ ମାତରମ ୧୫୦ ବର୍ଷ ପୂର୍ତ୍ତି ଓ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ

mahabharatanews