ଓମପ୍ରକାଶ ମିଶ୍ର/ ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା ଅଧୀନ ମଝି ଫପସି ଗ୍ରାମ ଓ ତରଭା ଥାନା ଅଧୀନ ବୁଦେଲବାହାଲି, ବଲାଡି ଜଙ୍ଗଲରେ ଆଜି ସକାଳୁ ସୋନପୁର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇ ବିପୁଳ ପରିମାଣର ବେଆଇନ ଭାବେ ୪୦ ଲିଟର ରନ୍ଧା ଦେଶୀ ମଦ ଜବତ କରାଯାଇଛି । ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ସକାଳୁ ଅବକାରୀ ବିଭାଗର ଏକ ଟିମ ସୋନପୁର ଅବକାରୀ ବିଭାଗ ସହ ମିଶି ଫପସି ଗ୍ରାମ, ବୁଦେଲବାହାଲି ଓ ବଲାଡି ଜଙ୍ଗଲ ଭିତରକୁ ଯାଇଥିଲେ । ସେଠାରେ ବେଅ ।ଇନ ଭାବେ ମଦ ରନ୍ଧାଯାଉଥିବା ଦେଖି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରିଥିଲେ । ଦୀର୍ଘ ଦିନ ହେବ ଏହି ଅଂଚଳରେ ବେଆଇନ ଭାବେ ଜଙ୍ଗଲ ଭିତରେ ମହୁଲି ମଦ ରନ୍ଧା ଯାଉଥିବା ବେଳେ ଅବକାରୀ ବିଭାଗର ହଠାତ ଚଢଉ କରାଯାଇଥିଲା । ଏହି ଚଢାଉ ବେଳେ ବେଆଇନ ଭାବେ ରନ୍ଧା ଯାଉଥିବା ମଦର ସାମଗ୍ରୀ ଜବତ କରିବା ସହ ଜଣକୁ ଧରିବାରେ ସକ୍ଷମ ହୋଇଥିଲେ । ଏଥିରେ ସାମିଲ ଥିବା ଅନ୍ୟ ଲୋକମାନେ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଏହି ଅବକାରୀ ଚଢାଉ ପାଇଁ ଏକ ସ୍ୱତନ୍ତ୍ର ଟିମର ଗଠନ କରାଯାଇଥିଲା । ସମ୍ବଲପୁର ଜିଲ୍ଲା ଓ ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ଅଧିକାରୀ ଗୁପ୍ତେଶ୍ୱର ପ୍ରଧାନ ଓ ଶ୍ରୀକାନ୍ତ ରାଉ, ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ଅଧିକାରୀ ପ୍ରଶାନ୍ତ କୁମାର କହଁର ଏହି ଟିମର ନେତୃତ୍ୱ ନେଇଥିବା ବେଳେ ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଏଏସଅ ।ଇ ବନମାଳୀ ରଣା, ଏଏସଅ ।ଇ ସବିତା ପଟ୍ଟନାୟକ, କନେଷ୍ଟବଳ ପଥିରାଜ କୁଅଁର, ପିଣ୍ଟୁ ସାହୁ, ଉରବି ମାଝି ପ୍ରମୁଖ ସାମିଲ ଥିଲେ ।
previous post