ଓଡିଶା

ଜ୍ଞାନ ପ୍ରକାଶ ଗଜପତି ଶାଖା ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ

ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ଉତ୍କଳ ହିତୈଷିଣୀ ସଭାଗୃହରେ ଜ୍ଞାନପ୍ରକାଶର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଜ୍ଞାନ ପ୍ରକାଶର ଜିଲ୍ଲା ମୁଖ୍ୟ ଶ୍ରୀମତୀ ସ୍ନିଗ୍ଧା ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ସମ୍ମାନୀତ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ଓ ସ୍ଥାନୀୟ ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକା ଡ଼ଃ କଲ୍ୟାଣୀ ମିଶ୍ର ଯୋଗ ଦେଇଥିଲେ। ଅତିଥି ମାନେ ଶିକ୍ଷାର ବିକାଶ ନିମନ୍ତେ ଜ୍ଞାନ ପ୍ରକାଶ କରୁଥିବା କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଆସନ୍ତା ଅଗଷ୍ଟ ମାସ ୦୨ ତାରିଖରେ ଆୟୋଜିତ ହେବାକୁ ଥିବା ଜ୍ଞାନ ପ୍ରକାଶର ଜାତୀୟ ସ୍ତରୀୟ ଉତ୍ସବର ପ୍ରଚାର ପତ୍ର ଅତିଥି ମାନଙ୍କ କରକମଳରେ ଉନ୍ମୋଚନ କରାଯାଇଥିଲା।

ଏହି ଅବସରରେ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ରର ନୃତ୍ୟ ନିର୍ଦ୍ଦେଶିକା ଶ୍ରୀମତୀ ଡି. ପ୍ରିୟଙ୍କାଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠାନର କଳାକାରମାନେ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ। ଶ୍ରୀ ରାଜେନ୍ଦ୍ର କୁମାର ରଥ ଅତିଥି ମାନଙ୍କୁ ମଞ୍ଚ ଆବାହନ କରିଥିବା ବେଳେ ଶ୍ରୀମତୀ ଅନୁଶ୍ରୀ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅତିଥିବୃନ୍ଦଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଶ୍ରୀ ରାମଚନ୍ଦ୍ର ମିଶ୍ର ସଂପାଦକୀୟ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଜ୍ଞାନ ପ୍ରକାଶ ପରିବାରର ବିଭିନ୍ନ ବ୍ଲକର ସଂଯୋଜକ ଶ୍ରୀ ନିର୍ମଳ ଚନ୍ଦ୍ର ଭୂୟାଁ (ଗୋଷାଣୀ), ଶ୍ରୀ ମନୋଜ କୁମାର ପଣ୍ଡା (ରାୟଗଡ଼), ସୁଶ୍ରୀ ଅଞ୍ଜନା ପଟ୍ଟନାୟକ (ଗୁମ୍ମା) ଶ୍ରୀମତୀ ଇତିଶ୍ରୀ ମହାପାତ୍ର (ଆର.ଉଦୟଗିରି), ବିଷ୍ଣୁପ୍ରିୟା ମଣ୍ଡଳ (ମୋହନା), ଶ୍ରୀମତୀ ମୀନା କୁମାରୀ ଟହଲ (କାଶୀନଗର)ଓ ଶ୍ରୀମତୀ ଅନୁଶ୍ରୀ ପଟ୍ଟନାୟକଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା କାର୍ଯ୍ୟକ୍ରମ ଶେଷରେ ଶ୍ରୀମତୀ ବବିତା ପୁରୋହିତ ସମସ୍ତ ଅତିଥିବୃନ୍ଦ, ଉପସ୍ଥିତ ଦର୍ଶକ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ସୁଆଣ୍ଡୋରେ ସ୍ୱଚ୍ଛ ଭାରତ ମିଶନ ରାଲି

mahabharatanews

ଆଉ ୧୯୦୪ କରୋନା ସଂକ୍ରମିତ ରାଜ୍ୟରେ ଚିହ୍ନଟ

mahabharatanews

ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର

mahabharatanews