ଓଡିଶା

ବେଗୁନିଆରେ କରୋନା ସଚେତନତା କାର୍ଯ୍ୟକ୍ରମ

ସୁରେଶ କୁମାର ସାମନ୍ତରାୟ/ ବେଗୁନିଆ: ବେଗୁନିଆ ବ୍ଲକ କୁଞୁରୀ ପଂଚାୟତରେ ସ୍ଥାନୀୟ ସରପଂଚ ମନୋରମା ସାହୁଙ୍କ ନେତୃତ୍ୱରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ବିଭିନ୍ନ ସାହିରେ ବୁଲି ଲୋକମାନଙ୍କୁ କରୋନା ରୋଗରୁ ମୁକ୍ତି ପାଇବା ପାଇଁ ସାବୁନରେ ହାତ ଧୋଇବା, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରଖିବା ଆଦି ବିଷୟରେ ବୁଝାଇଥିଲେ । ଏଥିରେ ସମାଜସେବୀ ପଦ୍ମଲାଭ ସାହୁ, ପିଇଓ ନୀଳକଣ୍ଠ ମାନସିଂହ, ୱାର୍ଡମେମ୍ବର, ଅଙ୍ଗନବାଡି ଓ ଆଶା କର୍ମୀଙ୍କ ସମେତ ସଚେତନ ନାଗରିକମାନେ ଅଂଶ ଗ୍ରହଣ କରିଥିଲେ ।

Related posts

ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍,୨୦ ଗୁରୁତର

mahabharatanews

ଦୀର୍ଘ ଦଶନ୍ଧିର ପ୍ରତୀକ୍ଷାର ଅନ୍ତ, ପ୍ରତିଷ୍ଠା ହେବ ମେଡିକାଲ କଲେଜ

mahabharatanews

ଗୋଡ ଖସି ପୋଖରୀରେ ବୁଡିଗଲେ ଯୁବକ

mahabharatanews