ଓଡିଶା

ବେଧଡକ ଭାବେ ରାଇରଙ୍ଗପୁରରେ ଚାଲିଛି ଚୋରାମଦ କାରବାର

(ସତ୍ୟନାରାୟଣ ପାଲ/ ରାଇରଙ୍ଗପୁର): ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ଅବକାରୀ ବିଭାଗର ଛତ୍ରଛାୟା ତଳେ ଚାଲିଛି ମଦ କାରବାର। କରେକ୍ଷନା ମହାମାରୀ କଟକଣା ମଧ୍ୟରେ ମଦ କାରବାର ବନ୍ଦ ରଖିବାକୁ ରାଜ୍ୟ ସରକାର ଘୋଷଣା କଲେ।କିନ୍ତୁ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଲକ ଡାଉନ ସମୟରେ ଚୋରା ମଦ କାରବାର ଓ ମଦ ର କଳାବଜାରି ବଢିଯାଇଛି। ଲାଇସେନ୍ସପ୍ରାପ୍ତ ମଦ ଦୋକାନ ବନ୍ଦ ଥିବା ବେଳେ ଗାଁ ଗଣ୍ଡା ଠାରୁ ସହର ପର୍ୟ୍ୟନ୍ତ ଚୋର ମଦ କାରବାର ଚାଲିଛି। ରାଇରଙ୍ଗପୁର ଅବକାରୀ ବିଭାଗର କର୍ମଚାରୀ ମାନେ ଜାଣିଶୁଣି କୁମ୍ଭକର୍ଣ୍ଣ ନିଦ୍ରା ରେ ଶୋଇ ପଡୁଥିବା ବେଳେ ପୋଲିସ ମଝିରେ ମଝିରେ ଚଢ଼ାଉ କରି ବିପୁଳ ପରିମାଣର ମଦ ଜବତ କରୁଛି। ଗତକାଲି ବିଳମ୍ବିତ ରାତିରେ ରାଇରଙ୍ଗପୁର ସହରର ଆଠ ନମ୍ବର ୱାଡ଼ରେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ବିୟର ଜବତ କରିଛି। ଓଡିଶା ସରକାରଙ୍କ ଷ୍ଟିକର ଥିବା ବିଦେଶୀ ମଦ ଖୋଲା ବଜାରରେ ବିକ୍ରି ଚାଲି ଥିବା ଏକ ସୂତ୍ର ରୁ ଜଣାପଡିଛି। ମାତ୍ର ରାଇରଙ୍ଗପୁର ଅବକାରୀ ଅଫିସର ଆଖପାଖରେ ଚଢା ଦରରେ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ଜାଣିଶୁଣି ଅବକାରୀ ବିଭାଗ ଚୁପ ରହୁଥିବା ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜନସାଧାରଣ ରେ ଚର୍ଚ୍ଚା ଜୋର ଧରିଛି ଯେ ଯେଉଁ କାମ ଅବକାରୀ ବିଭାଗ କରିବା କଥା ତାହା ବର୍ତ୍ତମାନ ପୋଲିସ କର୍ମଚାରୀ ମାନେ କରୁଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି କାଳେ ଅବକାରୀ ବିଭାଗର କର୍ମଚାରୀଙ୍କ ସହମତି ରେ କଣ ଚୋରା ମଦ କାରବାର ଚାଲିଛି। ରାଇରଙ୍ଗପୁର ସହର ସମତେ ବହଳଦା, ହାଟବାଦଡା ଆଦି ଅଞ୍ଚଳରେ ଚଢା ଦରରେ ବିଦେଶୀ ମଦ ମିଳୁଛି । ଅବକାରୀ ବିଭାଗର ଛତ୍ରଛାୟା ତଳେ ଏହି ଚୋରା ମଦ କାରବାର ଚାଲିଥିବା ବେଳେ ମଦ ବ୍ୟବସାୟିଙ୍କ ଅସାଧୁ ମେଣ୍ଟରେ ଚାଲିଥିବା ଚର୍ଚ୍ଚା ହେଉଛି।ଲକ ଡାଉନ ସମୟରେ ଚୋରା ମଦ କାରବାର ଚଳାଇଥିବା ରାଇରଙ୍ଗପୁର ସହରର ଆଠ ନମ୍ବର ୱାଡ଼ର ଅଞ୍ଜନ ଦାସ କୁ ପୋଲିସ ଗିରଫ କରିଛି। ପୋଲିସ ଚଢ଼ାଉ କରି ଦଶ(୧୦)ପେଟି(୭୮ଲିଟର)କିଙ୍ଗଫିସର ବିୟର ଜବତ କରିଛି। ଏ ନେଇ ରାଇରଙ୍ଗପୁର ଟାଉନ ଥାନାରେ ୭୮/୨୦ରେ ଏକ ମାମଲା ରୁଜୁ ହୋଇଛି। ଯାହାକି ରାଇରଙ୍ଗପୁର ସହର ଓ ଆଖପାଖ ଅଞ୍ଚଳରେ ଚୋରା ବିଦେଶୀ ମଦ କାରବାରର ପ୍ରମାଣ ଦେଉଛି।

Related posts

ଜାତୀୟ ଜନଜାତି ଆୟୋଗ କାର୍ଯ୍ୟାଳୟରେ ହାଜର ହେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

mahabharatanews

ଉଦଳାରେ ସିଏଏ ବିରୋଧୀ ଶୋଭାଯାତ୍ରା

mahabharatanews

ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣକୁ ନେଇ ଗୋଷ୍ଠି ବିବାଦ

mahabharatanews