Uncategorized

ଖୋଲିବାକୁ ଥିବା କାରଖାନା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ମାର୍ଗଦର୍ଶିକା

ନୂଆଦିଲ୍ଲୀ: ଲକ୍‌ଡାଉନ୍ ଶେଷ ପରେ ଚାଲୁ କରାଯିବାକୁ ଥିବା କଳକାରଖାନାଗୁଡ଼ିକ ନିମନ୍ତେ କେନ୍ଦ୍ର ଗୃହ ମନ୍ତ୍ରାଳୟ ମାର୍ଗଦର୍ଶିକା ଜାରି କରିଛି। ରାଜ୍ୟମାନଙ୍କୁ ଲେଖିଥିବା ପତ୍ରରେ ଗୃହ ମନ୍ତ୍ରାଳୟ ‌ଉଲ୍ଲେଖ କରିଛି, ଲକ୍‌ଡାଉନ୍ ଯୋଗୁଁ ଏବଂ ଲକ୍‌ଡାଉନ୍ ସମୟରେ ଶିଳ୍ପ କେନ୍ଦ୍ର ସବୁ ବନ୍ଦ ରହିଥିବାରୁ କେତେକ ଅପରେଟର୍ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ୍ ପ୍ରସିଜ୍ୟୁଓର୍ ଅନୁସରଣ ନ କରିବାର ସମ୍ଭାବନା ରହିଛି। ଏହା ଫଳରେ କେତେକ ଶିଳ୍ପ କେନ୍ଦ୍ର, ପାଇପ୍‌ଲାଇନ୍, ଭଲ୍‌ଭ୍ ଆଦିରେ ରାସାୟନିକ ପଦାର୍ଥ ଜମି ରହି ବିପଦ୍‌ର କାରଣ ହୋଇପାରେ। କର୍ମଚାରୀମାନେ କାମ କରୁଥିବା ଉପକରଣଗୁଡ଼ିକୁ ମଧ୍ୟ ଭଲ ଭାବେ ଯାଞ୍ଚ କରାଯିବା ଉଚିତ। ସେ ସବୁରୁ ଯେମିତି କୌଣସି କମ୍ପନ, ଲିକ୍, ବିଚିତ୍ର ଶବ୍ଦ, ଗନ୍ଧ, ଧୂଆଁ ଆଦି ନ ବା‌ହାରେ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।
ତେଣୁ କାରଖାନା ପୁଣି ଚାଲୁ କରିବା ସମୟରେ ପ୍ରଥମ ସପ୍ତାହକୁ ପରୀକ୍ଷାମୂଳକ ଚାଲୁ ସମୟ ବୋଲି ବିବେଚନା କରିବା ଉଚିତ। ସମସ୍ତ ସୁରକ୍ଷା ବ୍ୟବସ୍ଥା ଠିକ୍ ଅଛି କି, ନାହିଁ ଯାଞ୍ଚ କରାଯିବା ଉଚିତ। ଏ ସମୟରେ ବହୁ ପରିମାଣର ଉତ୍ପାଦନ ହାସଲ ଲକ୍ଷ୍ୟ ନ ରଖାଯିବା ଉଚିତ। ଏହାଛଡ଼ା, ଗୃହ ବ୍ୟାପାର ମନ୍ତ୍ରାଳୟ ଆହୁରି ମଧ୍ୟ କହିଛି ଯେ ପ୍ରମୁଖ ଦୁର୍ଘଟଣା ପ୍ରବଣ ୟୁନିଟ୍‌ରେ ବିପର୍ୟ୍ୟୟ ପରିଚାଳନା ଯୋଜନା ପ୍ରଣୟନ ନିମନ୍ତେ ରାଜ୍ୟ ସରକାରମନେ ପ୍ରସ୍ତୁତ ରହିଥିବା ଆବଶ୍ୟକ।

Related posts

ନିର୍ଭୟା ଦୋଷୀ ପବନକୁ ନାବାଳକ ପ୍ରମାଣ କରୁଥିବା ଓକିଲଙ୍କୁ ବାର କାଉନସିଲର ଜବାବ ତଲବ

mahabharatanews

କୋରୋନା ମୃତ୍ୟୁସଂଖ୍ୟା ୧୬୦୦ରେ ପହଞ୍ଚିଲା, କ୍ଷୁଦ୍ୟ, ଅଣୁ ଉଦ୍ୟୋଗ କର କମାଗଲା

mahabharatanews

ଉତ୍ତର କୋରିଆ ରାଷ୍ଟ୍ରପତି ଅସୁସ୍ଥ

mahabharatanews