ଓଡିଶା

ବେହାଲ ସ୍ମର୍ଟ ସିଟି: ଦାୟୀ ଅଳସୁଆମୀ ନା ଉଦାସୀନତା

ଭୁବନେଶ୍ୱର: ଲଗାଣ ବର୍ଷାରେ ରାଜଧାନୀ ସ୍ମାର୍ଟସିଟି ଭୁବନେଶ୍ୱର ନଦୀରେ ପରିଣତ ହୋଇଛି । ସ୍ମାର୍ଟ ସିଟିର ଏହିଅବସ୍ଥାକୁ ନେଇ ସାଂସଦ ଅପରାଜିତା ଷ଼ଡଙ୍ଗୀ ସରକାରକୁ କଟାକ୍ଷ କରିବାକୁ ପଛେଇ ନାହାନ୍ତି । ଭୁବନେଶ୍ୱରର ବହୁ ସ୍ଥାନ ଜଳବନ୍ଦୀ ହୋଇଛି । ରାଜଧାନୀର ଏମିତି କିଛି ଫଟୋ ସେୟାର କରିଛନ୍ତି ସାଂସଦ । ଫଟୋ ସହ ସେ ଲେଖିଛନ୍ତି, ୨୧ ବର୍ଷର ଶାସନ ପରେ ସ୍ଥିତି ଏଭଳି ରହିଛି। ସାଂସଦ ଆହୁରି ଉଲ୍ଲେଖ କରିଛନ୍ତି, କେନ୍ଦ୍ର ସରକାରଙ୍କ ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ରାଜ୍ୟ ସରକାରଙ୍କୁ ଡ୍ରେନେଜ୍ ଡେଭଲପମେଣ୍ଟ ପ୍ଲାନ ଓ ଏହାକୁ ତତ୍କ୍ଷଣାତ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହା ରାଜ୍ୟ ସରକାରଙ୍କ ଅଳସୁଆମୀ ନା ଉଦାସୀନତା ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ।
ଲଘୁଚାପ ବର୍ଷାରେ ରାଜଧାନୀ ଭୁବନେଶ୍ୱରର ଇସ୍କନ ମନ୍ଦିର ସମ୍ମୁଖରେ କୃତ୍ରିମ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି। ରାସ୍ତ।।ରେ ଏତେ ପାଣି ଥିଲା କି ଏକ ବୋଲେରୋ ବୁଡିଯାଇଥବବା ବେଳେ ଟ୍ରାକ୍ଟର ଭାସିଥିଲା । ଦୀର୍ଘ ସମୟ ଧରି ରାସ୍ତା ଉପରେ ପାଣିର ପ୍ରବଳ ସୁଅ ଛୁଟିଥିଲା। ସେହିପରି ବମିଖାଲ ରାସ୍ତାରେ ଅଣ୍ଟାଏ ପାଣି ପ୍ରବାହିତ ହେଉଥିଲା। ଘର, ଆପାର୍ଟମେଣ୍ଟ ଭିତରେ ବି ପାଣି ପଶିଯାଇଥିଲା । ବର୍ଷା ଜଳ ସହ ନର୍ଦ୍ଦମା ପାଣି ଏକାକାର ହୋଇଯାଇଥିଲା । ଅନେକ ଅଞ୍ଚଳରେ ଘର ଭିତରେ ଏହି ନର୍ନ୍ଦମ।। ପାଣିରେ ଘରର ଆସବାବ ପାତ୍ର ବୁଡିରହିଥିଲା ।

 

Related posts

ଭିଜିଲାନ୍ସ ଜାଲରେ ବାଲିଅନ୍ତା ଆରଆଇ ଦେବଦତ୍ତ ବିଶ୍ୱାଳ

mahabharatanews

ସୁରକ୍ଷା କବଚ ପ୍ରସ୍ତୁତ କଲା କୋଭିଡ୍-୧୯ର ଆଇଟିଆଇ

mahabharatanews

ବୁଦା ମୁଳରୁ ଉଦ୍ଧାର ହେଲା ଦୁଇ ଭାଇଙ୍କ ମୃତ ଦେହ

mahabharatanews