ଓଡିଶା

ବୋଝ ଉପରରେ ଲଳିତା ବିଡା/ କରୋନା କାଳରେ ଜବରଦଖଲ ଉଚ୍ଛେଦ

ମଧୁସୂଦନ ବହିଦାର/ ବଲାଙ୍ଗୀର: ବଲାଙ୍ଗୀର ସହରରେ ଜବରଦଖଲ ପ୍ରକ୍ରିୟା ତଥା ଉଚ୍ଛେଦ ଅଭିଯାନ ପୁଣି ଆରମ୍ଭ କରିଛି ଜିଲ୍କା ପ୍ରଶାସନ । ସରକାରୀ ବସଷ୍ଟାଣ୍ଡରୁ କଚେରୀ ଛକ ପର୍ୟ୍ୟନ୍ତ ଜବର ଦଖଲ ଉଚ୍ଛେଦ କରାଯାଉଛି । ଠିକ ସେହିପରି ମେଡିକାଲ କଲେଜ ଛକ ନିକଟରେ ସରକାରୀ ସ୍ଥାନରେ ନିର୍ମାଣ ହୋଇଥିବା ଘର ଓ ଦୋକାନ ଘର ଭାଙ୍ଗିଛି ସରକାରୀ ବୁଲଡଜର । ଯେଉଁ ଲୋକଙ୍କ ଘର ଓ ଦୋକାନ ଭଙ୍ଗା ଯାଇଛି ସେମାନେ ଏହି ଉଚ୍ଛେଦ ପ୍ରକ୍ରୀୟାକୁ ସମ୍ପୂର୍ଣ୍ଣ ଭାବରେ ବିରୋଧ କରିଛନ୍ତି । ଆଗରୁ କିଛି ସୂଚନା ନଦେଇ ପ୍ରଶାସନ ଭାଙ୍ଗି ଦେଉଥିବା ଅଭିଯୋଗ କରିଛନ୍ତି ଲୋକେ । ଆଗରୁ ସୂଚନା ଦିଆଯାଇନଥିବାରୁ ଅନେକ ଲୋକ ବହୁ ମୂଲ୍ୟ ଜିନିଷ ପତ୍ର ସ୍ଥାନାନ୍ତର କରିପାରିନଥିଲେ । ତେଣୁ ବୁଲଡୋଜର ମାଡରେ ହଜାର ହଜାର ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବା ଅଭିଯୋଗ କରିବା ସହିତ ସରକାର କ୍ଷତିପୂରଣ ଜରାଯାଉ ବୋଲି ଦାବି କରିଛନ୍ତି କ୍ଷତିଗ୍ରସ୍ତ । ତେବେ ଲୋକଙ୍କ ଅଭିଯୋଗ ଆଧାରରେ ବର୍ତ୍ତମାନ ସବୁଠୁଁ ଗୁରୁତ୍ୱପୂର୍ଣ୍ଣ ବିଷୟଟି ହେଲା ସରକାରୀ ଜମି ଉପରେ ଘର କିମ୍ବା ଦୋକାନ ଘର ନିର୍ମାଣ କରିବା ନିହାତି ଭାବରେ ଏକ ଅପରାଧ । କିନ୍ତୁ ସହର ମଧ୍ୟରେ ଥିବା କିଛି ଗରିବ ଶ୍ରେଣୀର ଲୋକ ରାସ୍ତା କଡରେ ଗୋଟିଏ ଦୋକାନ ଘର କରି ନିଜ ତେଲ ଲୁଣର ସଂସାର ପ୍ରତିପୋଷଣ କରୁଛନ୍ତି । ତାଙ୍କ ପେଟରେ ସିଧା ସଳଖ ଗୋଇଠା ମରାଯାଉଥିବା ଭଳି ଅଭିଯୋଗ ଆଣୁଛନ୍ତି ବିସ୍ଥାପିତ । ତେଣୁ ସହରରେ ବିଭିନ୍ନ ମହଲରେ ଆଉ ଏକ ବିଷୟ ମଧ୍ୟ ଚର୍ଚ୍ଚା ହେଉଛି ଯେ, ସହରରେ ପୂର୍ବରୁ ମଧ୍ୟ ବିଶେଷକରି ରାସ୍ତା କଡ଼ ଦୋକାନ ଘରମାନ ଭାଙ୍ଗି ଦିଆଯାଇ ମାସ ମାସ ବିତି ଯାଇଥିଲେ ସୁଦ୍ଧା ଏ ପର୍ୟ୍ୟନ୍ତ କୌଣସି ଉନ୍ନତିକରଣ କରାଯାଉ ନାହିଁ। ତେବେ ଏଭଳି ଅସାଧାରଣ ସମୟ ଯାହାକି କରୋନା ନାମରେ ଜଣାଯାଉଛି ସେହି ସମୟରରେ ହିଁ କାହିଁକି ଜବର ଦଖଲ ଉପରେ ପ୍ରଶାସନ ଏତେ ଗୁରୁତ୍ୱ ଦେଉଛି । ଅନ୍ୟପଟେ ଆମେ ଉପ-ଜିଲ୍ଲାପାଳ ଶ୍ରୀ ସଞ୍ଜୟ ମିଶ୍ରଙ୍କ ପ୍ରତିକ୍ରିୟା ପଚାରିବାରୁ ଉକ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

Related posts

ଦେଖୁ ଦେଖୁ ଜଳିଗଲା ୧୫ ଦୋକାନ 

mahabharatanews

ଏଣିକି ରାଜଧାନୀବାସୀ  ନେଇପାରିବେ ଜଙ୍ଗଲ ବୁଲିବାର ମଜା

mahabharatanews

ପାଟଣାରେ ଫୁଟିଲା ବିରଳ ବ୍ରହ୍ମକମଳ

mahabharatanews

Leave a Comment