ଓଡିଶା

ବିମ୍ବାଧର ୱେଲ ଫେୟାର ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ଆଳି ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ ଗୋପାଳପୁର ଗ୍ରାମର ଉର୍ମିଳା ବିମ୍ବାଧର ୱେଲ ଫେୟାର ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଗୋପାଳପୁର ସ୍କୁଲ ପରିସରରେ ଦ୍ୱିତୀୟ ବର୍ଷ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରର ଏକ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତର ମାନେ  ଏହି ଶିବିରରେ ରହି ଅଞ୍ଚଳର ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ମାଗଣାରେ ଔଷଧ ପ୍ରଦାନ କରା ଯାଇଥିଲା।  ପ୍ରାୟ ଏକ ହଜାର ରୁ ଉର୍ଦ୍ଧ ରୋଗୀ ଏହି ଶିବିରରେ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଟ୍ରଷ୍ଟର ଅଧକ୍ଷ ସଞ୍ଜୟ ସାହୁଙ୍କ ଉଦ୍ୟମରେ ଅନୁଷ୍ଠିତ ଏହି ଶିବିରକୁ ଟ୍ରଷ୍ଟର ସଦସ୍ୟ ମାନେ ପରିଚାଳନା କରିଥିଲେ । ଆଗାମୀ ଦିନରେ ଟ୍ରଷ୍ଟ ପକ୍ଷରୁ ଆହୁରି ଅନେକ ସାମାଜିକ କାର୍ଯ୍ୟ କରାଯିବ ବୋଲି ଜଣାପଡିଛି ।

Related posts

ନିଆରା ଢଙ୍ଗରେ ଶିଶୁ ଦିବସ ପାଳନ

mahabharatanews

ରାଜ୍ୟରେ କରୋନା ସଂକ୍ରମଣ ହଜାରେ ତଳେ ରହିଛି ,ଗତ ୨୪ ଘଣ୍ଟା ମଧ୍ୟରେ ୬୬୨ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ବନ୍ୟା ଘେରରେ ପୁରୀ ଉପକଣ୍ଠ ଗୋପୀନାଥପୁର ପଞ୍ଚାୟତ

mahabharatanews