ବ୍ରହ୍ମପୁର: ଲକଡାଉନ ମଧ୍ୟରେ ପ୍ରବାସୀ ଓଡିଆ ଘରକୁ, ଗାଁକୁ ଫେରିବାକୁ ବ୍ୟାକୁଳ । ଏପରି ସ୍ଥିତିରେ ଯିଏ ଯେମିତି ପାରିଛନ୍ତି ଫେରିଛନ୍ତି ବା ଫେରିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ରାଜ୍ୟ ସରକାର ସ୍ଥଳ ପଥର ସମସ୍ତ ରାସ୍ତା ସିଲ କରିବା ପରେ ଏବେ ପ୍ରବାସୀ ଓଡିଆ ଶ୍ରମିକଙ୍କ ଆଖି ସମୁଦ୍ର ପଥ ଉପରେ । କିନ୍ତୁ ସମୁଦ୍ର ପଥ ଦେଇ ଫେରୁଥିବା ବେଳେ ଫସିଯାଇଛନ୍ତି ସମୁଦ୍ର ମଝିରେ । ଚେନ୍ନାଇରୁ ଏକ ବୋଟରେ ଗଞ୍ଜାମର ରାମେୟା ପାଟଣା ଫେରୁଥିଲେ ୩୯ ମତ୍ସ୍ୟଜୀବୀ । କିନ୍ତୁ ସମୁଦ୍ର ମଝିରେ ପଲାସା ନିକଟରେ ବୋଟରୁ ତେଲ ସରିଗଲା । ଫଳରେ ମଝି ଦରିଆରେ ଅଟକି ପଡିଛନ୍ତି ଏହି ମତ୍ସ୍ୟଜୀବୀ । ଏହି ମତ୍ସ୍ୟଜୀବୀଙ୍କ ମଧ୍ୟରେ ଆନ୍ଧ୍ରର ୧୪ ଜଣ ମଧ୍ୟ ରହିଛନ୍ତି । ଏହି ଖବର ଜଣାପଡିବା ପରେ ଆନ୍ଧ୍ର ସରକାର ପକ୍ଷରୁ ସେମାନଙ୍କ ଲୋକଙ୍କୁ ନେବାର ବ୍ୟବସ୍ଥା କରାଯାଇଛି । ଅପରପକ୍ଷରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବୋଟରେ ତେଲ ପଠାଯାଇଛି । ସେମାନେ ଆସିବା ପରେ ସେମାନଙ୍କୁ ପ୍ରଥମେ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
previous post