(ଦୀପକ ମିଶ୍ର / ଉଦଳା): ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ସମ୍ମୁଖରେ ଧାରଣାରେ ବସିଲେ ଶ୍ରମିକ । କପ୍ତିପଦା ବ୍ଲକ ଝିକିପଦା ପଞ୍ଚାୟତର ଶତାଧିକ ଶ୍ରମିକ ମହାତ୍ମାଗାନ୍ଧୀ ନିଶ୍ଟିତ କର୍ମ ନିଯୁକ୍ତି ଯୋଜନାରେ କାମ ପାଇନଥିବା ଯୋଗୁଁ କପ୍ତିପଦା ବ୍ଲକ କାର୍ୟ୍ୟାଳୟ ଆଗରେ ପାଛିଆ, କୁଡି, କୋଦାଳ ଧରି ଅଭିନବ ପ୍ରତିବାଦ କରିଛନ୍ତି । ତେବେ ଶ୍ରମିକ ମାନଙ୍କର ଅଭିଯୋଗ ସି-୧ ଫର୍ମରେ କାମ ପାଇଁ ଦରଖାସ୍ତ କରିଥିଲେ । ତେବେ ତିନି ସପ୍ତାହ କାମ କରାଯିବା ପରେ ଆଉ କାମ ମିଳିନଥିବା ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ମୁତାବକ ମିଛ ଜବକାର୍ଡ ମାଧ୍ୟମରେ କାମ ହେଉଥିବାରୁ ତାଙ୍କୁ କାମ ମିଳୁନାହିଁ । ଶ୍ରମିକଙ୍କ କହିବା କଥା ବ୍ଲକ କିମ୍ବା ପଞ୍ଚାୟତ ପକ୍ଷରୁ ଆଗକୁ କାମ କେମିତି ଶ୍ରମିକ ମାନଙ୍କୁ ମିଳିପାରିବ ସେ ପାଇଁ ଲିଖିତ ପ୍ରତିଶୁତି ନମିଳିଲେ ଏହି ଧାରଣା ଆଗକୁ ଚାଲୁ ରହିବ ବୋଲି ଶ୍ରମିକ ମାନେ ଚେତାବନୀ ଦେଇଛନ୍ତି । କିନ୍ତୁ ଏ ସମ୍ପର୍କରେ କପ୍ତିପଦା ବିଡ଼ିଓଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।
previous post
next post