Uncategorized

ବୟସ୍କଙ୍କ ତୁଳନାରେ ଛୋଟ ପିଲା କରୋନାକୁ ମାତ ଦେବାରେ ସକ୍ଷମ: ଭାର୍ଗବ

ନୂଆଦିଲ୍ଲୀ: କରୋନା ପାଇଁ ଦେଶରେ ପିଲାମାନଙ୍କ ପାଠ ପଢ଼ା ଠପ୍ । କେବେ ସ୍କୁଲ୍ ଖୋଲିବ ତାହାକୁ ନେଇ ଅନିଶ୍ଚିତତ।। ଲାଗିରହିଥିବା ବେଳେ ଆଇସିଏମଆର ମହାନିର୍ଦେଶକ ବଳରାମ ଭାର୍ଗବ ଏକ ଶୁଭ ଖବର ମଙ୍ଗଳବାର ଦେଇଛନ୍ତି । ସେ କହିଛନ୍ତି ବର୍ତ୍ତମାନ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲାଯାଉ । ଭାର୍ଗବ କହିଛନ୍ତି, କରୋନାର ମୁକାବିଲା ପାଇଁ ପିଲାମାନେ ସକ୍ଷମ । ବୟସ୍କଙ୍କ ତୁଳନାରେ ଛୋଟ ପିଲା କରୋନାକୁ ମାତ ଦେବାରେ ସକ୍ଷମ।
ସ୍ବିଡେନ୍ର ଉଦାହର ଦେଇ ସେ କହିଛନ୍ତି, ସେଠାରେ କରୋନାର କୌଣସି ଲହରରେ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇନଥିଲା। ସେ ଆହୁରି କହିଛନ୍ତି, କିଶୋରମାନଙ୍କ ଅପେକ୍ଷା ଛୋଟ ପିଲାଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ। ସ୍କୁଲ୍ ଖୋଲାଗଲେ ପ୍ରଥମେ ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନିଆଯିବା ଦରକାର । ସ୍କୁଲ୍ର ସମସ୍ତ ଷ୍ଟାଫ୍ ଟିକା ନେବା ପରେ ସ୍କୁଲ୍ ଖୋଲିବାକୁ ନିଷ୍ପତ୍ତି ନିଆଯିବା ଦରକାର ।

 

Related posts

ଅବସର ନେଲେ ବିପିନ ରାୱତ, ନରୱଣେ ନୁଆ ସେନାମୁଖ୍ୟ

mahabharatanews

ଘରେ ପ୍ରସ୍ତୁତ କରନ୍ତୁ ମଟନ କିମା ବିରିୟାନୀ

mahabharatanews

କର୍ଣ୍ଣାଟକରେ ସିଏଏକୁ ବିରୋଧ: ୧୪୪ ଧାରା ଜାରି

mahabharatanews