(ରିପୋଟର୍ସ ଟୁଡେ) ; ସରିଯାଇଥିଲା ନିର୍ବନ୍ଧ ,ଆଉ କିଛି ଟା ଦିନ ପରେ ହୋଇଥାନ୍ତା ବାହାଘର । କିନ୍ତୁ ଭାବୀ ସ୍ୱାମୀଠାରୁ ଝିଅଟି ୩ ଲକ୍ଷ ଲୁଟିସାରିବା ପରେ ଅନ୍ୟତ୍ର ବିବାହ କରିଥିଲା । ତେବେ ସମ୍ପୁଣ୍ର ଘଟଣାଟି କିିଛି ଏମିତି , ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଡାବରଧୁଆପାଟଣା ଗ୍ରାମର ପ୍ରଭାତ ପରିଡ଼ାଙ୍କ ପୁଅ ଚିନ୍ମୟ କୁମାର ପରିଡ଼ାଙ୍କ ସହିତ ନୟାଗଡ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ ମହୁଲପଡା ଗ୍ରାମର ବିନୋଦ ପ୍ରଧାନଙ୍କ ଝିଅ ସ୍ୱର୍ଣ୍ଣଲତା ପ୍ରଧାନଙ୍କ ସହିତ ନିର୍ବନ୍ଧ ହୋଇଥିଲା । ନିର୍ବନ୍ଧ ପରେ ଉଭୟ ପରିବାର ପରସ୍ପର ଘରକୁ ଯିବା ଆସିବା କରୁଥିଲେ । ଭାବୀ ବର ଓ କନ୍ୟା ମଧ୍ୟରେ ମୋବାଇଲରେ ମଧ୍ୟ କଥାବାର୍ତ୍ତା ଚାଲିଥିଲା । ଏହାର ସୁଯୋଗ ନେଇ ସ୍ୱର୍ଣ୍ଣଲତା ଚିନ୍ମୟଙ୍କଠାରୁ ୩ଲକ୍ଷ ଟଙ୍କା ଫୋନ୍ ପେ ମାଧ୍ୟମରେ ହାତେଇବାରେ ସଫଳ ହୋଇଥିଲା ।
ଚଳିତ ମାସ ଗତ ୧୨ ତାରିଖରେ ସ୍ୱର୍ଣ୍ଣଲତା ଅନ୍ୟତ୍ର ବିବାହ କରିଥିବା କୌଣସି ସୂତ୍ରରୁ ବର ଘର ଖବର ପାଇଥିଲେ । ପ୍ରଭାତଙ୍କ ପୁଅ ଚିନ୍ମୟ ଓ ସୌମ୍ୟ ରଞ୍ଜନ ମହାନ୍ତି ଏକ କାରରେ ମହୁଲପଡା ଗ୍ରାମକୁ ଯାଇ ଟଙ୍କା ଫେରସ୍ତ ଦେବାକୁ କହିଥିଲେ । ତେବେ କନ୍ୟା ଘର ଟଙ୍କା ଦେବା ବଦଳରେ ଚୋର ବୋଲି କହି ନିର୍ଦ୍ଧୁମ ମାଡ଼ ମାରିବା ସହ କାରଟିକୁ ଭଙ୍ଗାରୁଜା କରିଥିଲେ । ଏ ନେଇ ପ୍ରଭାତ ପରିଡା ଫତେଗଡ ଥାନାରେ ପ୍ରମୋଦ ପ୍ରଧାନ, ସୁଜାତା ପ୍ରଧାନ, ସ୍ୱର୍ଣ୍ଣଲତା ପ୍ରଧାନ, ସିଲି ପଲେଇ, ସୌଦାମିନୀ ଜେନା, ଶ୍ରଦ୍ଧାଞ୍ଜଳି ବହେରାଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି । ଫତେଗଡ ଥାନା ପକ୍ଷରୁ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲେ ମଧ୍ୟ ସମସ୍ତେ ଫେରାର ଥିବାରୁ କାହାରିକୁ ଗିରଫ କରିବାରେ ବିଫଳ ହୋଇଛି ।
previous post