ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ସଂକ୍ରମଣ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୨୨ ହଜାର ୭୭୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ୪୪୨ ମୃତ୍ୟୁ ହୋଇଛି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୪୮ ହଜାର ୩୧୫କୁ ବୃଦ୍ଧି ପାଇଥିବା ବେଳେ ୧୮ ହଜାର ୬୫୫ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ଦେଶରେ ୨ ଲକ୍ଷ ୩୫ ହଜାର ୪୩୩ ରୋଗୀ ସକ୍ରିୟ ଥିବାବେଳେ ୩ ଲକ୍ଷ ୯୪ ହଜାର ୨୨୭ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଅନ୍ୟପଟେ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୧ ଲକ୍ଷ ୯୨ ହଜାର ୯୯୦ରେ ପହଞ୍ଚିଛି। ଏଠାରେ ମୃତ୍ୟୁ ସଂଖ୍ୟା ୮ ହଜାର ୩୭୬କୁ ବଢ଼ିଛି। ତାମିଲନାଡୁରେ ୧ ଲକ୍ଷ ଡେଇଁଛି କରୋନା। ଏଠାରେ ଶନିବାର ସୁଦ୍ଧା ୧ ଲକ୍ଷ ୨ ହଜାର ୭୨୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରେ ୯୪ ହଜାର ୬୯୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୨୯୨୩ ଜଣ ପ୍ରାଣ ହରାଇଛନ୍ତି। ତାମିଲନାଡୁରେ ୧ ଲକ୍ଷ ୨ ହଜାର ୭୨୧ କରୋନା ସଂକ୍ରମିତ ଏବଂ ୧୩୮୫ ରୋଗୀଙ୍କ ମୃତ୍ୟୁ ଘଟିଛି। ଗୁଜରାଟରେ ସଂକ୍ରମିତ ସଂଖ୍ୟା ୩୪ ହଜାର ୬୮୬କୁ ବୃଦ୍ଧି, ୧୯୦୫ ଜଣଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ଉତ୍ତରପ୍ରଦେଶରେ ୨୫ ହଜାର ୭୯୭ ସଂକ୍ରମିତ ଓ ୭୪୯ ମୃତ, ପଶ୍ଚିମବଙ୍ଗରେ ୨୦ ହଜାର ୪୮୮ ଆକ୍ରାନ୍ତ ଓ ୭୧୭ ମୃତ, ହରିୟାଣାରେ ୧୬ ହଜାର ୩ ଆକ୍ରାନ୍ତ ଏବଂ ୨୫୫ ମୃତ, ଆନ୍ଧ୍ରପ୍ରଦେଶରେ ୧୬ ହଜାର ୯୩୪ ଆକ୍ରାନ୍ତ ଏବଂ ୨୦୬ ମୃତ, ତେଲେଙ୍ଗାନାରେ ୨୦ ହଜାର ୪୬୨ ସଂକ୍ରମିତ ଓ ୨୮୩ ମୃତ, କର୍ଣ୍ଣାଟକରେ ୧୯ ହଜାର ୭୧୦ ଆକ୍ରାନ୍ତ ଓ ୨୯୩ ମୃତ, ରାଜସ୍ଥାନରେ ୧୯ ହଜାର ୫୨ ଆକ୍ରାନ୍ତ ଓ ୪୪୦ ମୃତ, ଜାମ୍ମୁ-କାଶ୍ମୀରରେ ୮୦୧୯ ସଂକ୍ରମିତ ଓ ୧୧୯ ମୃତ, ମଧ୍ୟପ୍ରଦେଶରେ ୧୪ ହଜାର ୨୯୭ ସଂକ୍ରମିତ ଓ ୫୯୩ ମୃତ, ବିହାରରେ ୧୧ ହଜାର ୧୧୧ ଆକ୍ରାନ୍ତ ଓ ୮୪ ମୃତ, ଆସାମରେ ୯୮୦୦ ଆକ୍ରାନ୍ତ ଓ ୧୪ ଜଣଙ୍କ ମୃତ୍ୟୁ ହୋଇଛି ।
previous post