ଓଡିଶା

ଭାରତରେ ବଢୁଛି କରୋନା ଚିନ୍ତା, ୧ ଲକ୍ଷ ୮୨ ହଜାର ୧୪୩ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ୫ ହଜାର ୧୬୪ ମୃତ

(ମମତା ସାମଲ): ଦିନକୁ ଦିନ ମହାମାରୀ କରୋନାକୁ ନେଇ ବିଶ୍ବରେ ସଙ୍କଟ ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ ସ୍ଥିତି ବେକାବୁ ହେବାରେ ଲାଗିଛି । ଦେଶରେ  ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧ ଲକ୍ଷ ୮୨ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୫ ହଜାର ପାର ହେଲାଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢ଼ିବାରେ ଲାଗିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧ ଲକ୍ଷ ୮୨  ହଜାର ୧୪୩ ରେ ପହଂଚିଛି ।  ଏପର୍ଯ୍ୟନ୍ତ ଭାରତରେ ୫ ହଜାର ୧୬୪ ଜଣଙ୍କ ମୃତ୍ୟୁ ଘଟିଛି ।

ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୮୬,୯୮୪ ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୮୯,୯୯୫ ସକ୍ରିୟ ଅଛନ୍ତି।ଏବେ ୮୯ ହଜାର ୯୯୫ ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୮୩୮୦  ଟି ନୂଆ କରୋନା ଆକ୍ରାନ୍ତଙ୍କ ମାମଲା ସାମନାକୁ ଆସିଛି। ଏହା ପୂର୍ବ ଅପେକ୍ଷା ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ । ଏହାସହ ୧୯୩ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତ ସଂଖ୍ୟା ୬୫ହଜାର ୧୬୮ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୧ ଶହ ୯୭କୁ ବୃଦ୍ଧି ପାଇଛି । ସେହିପରି ଗୁଜରାଟରେ ୧୬ହଜାର ୫୬୨ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦୦୭କୁ ବୃଦ୍ଧି ପାଇଛି ।  ସେହିଭଳି ଦିଲ୍ଲୀରେ ୧୮ହଜାର ୫୪୯ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ରହିଛି ୪୧୬ । ସେହିପରି ଆନ୍ଧ୍ରପ୍ରଦେଶରେ ୩୫୬୯କରୋନା ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୬୦ରେ ପହଂଚିଛି । ମଧ୍ୟପ୍ରଦେଶରେ ୭ ହଜାର ୮୯୧ ଜଣ ଆକ୍ରାନ୍ତ  ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୩୪୩କୁ ବୃଦ୍ଧି ପାଇଛି ।

ବିଶ୍ୱର ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନା ଭୟଙ୍କର ରୂପ ନେଉଛି । କେନ୍ଦ୍ର ସରକାର କରୋନା ପାଇଁ ଅନେକ ସଚେତନତା ପାଇଁ ନିଆଯାଉଥିବା ପଦକ୍ଷେପ ସତ୍ୱେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଆଜି ଲକ୍ ଡାଉନ୍ ୪.୦ ଶେଷ ହୋଇଥିବା ବେଳେ କିଛି ସ୍ଥାନରେ କୋହଳ କରାଯାଇଛି । କଣ୍ଟେନମେଣ୍ଟ ଜୋନରେ ଜୁନ୍ ୩୦ ଯାଏଁ ଲକ୍ ଡାଉନ୍ ବୃଦ୍ଧି କରାଯାଇଛି ।

Related posts

ଆଜିଠୁ ୯ ଯାଏଁ ବର୍ଷିବ

mahabharatanews

ଖାଲି ହୋଇଯିବ BJD ବସା , ବିଜେପି ନେତାଙ୍କ ମନ୍ତବ୍ୟ ପରେ ଜୋର ଧରିଲା ରାଜନୀତି

mahabharatanews

ବଢିବ ଶୀତ; ଭୁବନେଶ୍ବର ତାପମାତ୍ରାରେ ୧୯.୭ ଡିଗ୍ରି ରେକର୍ଡ 

mahabharatanews