Uncategorized

ଭାରତରେ ବିଶ୍ୱର ଏକ ତୃତୀୟାଂଶ ଯକ୍ଷ୍ମାରୋଗୀ

ନୂଆଦିଲ୍ଲୀ: ସମ୍ପ୍ରତି ସାରା ବିଶ୍ୱ ମହାମାରୀ କରୋନା ଭୂତାଣୁ ସହ ଲଢେଇ ଜାରି ରଖିଛି । ଆମ ଦେଶରେ କରୋନାଜନିତ ସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ବିଶ୍ୱର ସବୁ ଦେଶକୁ ପଛରେ ପକାଇ ଦେଇଛି ଭାରତର ସଂକ୍ରମଣ । ତେବେ ଦେଶ ପାଇଁ କରୋନା ଯେତିକି ମାରାତ୍ମକ ନୁହେଁ ତାଠାରୁ ଅଧିକ ମାରାତ୍ମକ ହେଉଛି ଯକ୍ଷ୍ମା । ଆମ ଦେଶରେ ଆଜି ମଧ୍ୟ ଯକ୍ଷ୍ମା ରୋଗ ତାର ସ୍ଥିତି ଜାହିର କରିଚାଲିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ ବିଶ୍ୱରେ ଥିବା ମୋଟ ଯକ୍ଷ୍ମା ରୋଗୀଙ୍କ ମଧ୍ୟରୁ ଏକ ତୃତୀୟାଂଶ ଭାରତରେ ରହିଛନ୍ତି । ଦେଶରେ ପ୍ରତିବର୍ଷ ଯକ୍ଷ୍ମାରେ ୪ ଲକ୍ଷ ୮୦ ହଜାର ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ ଦୈନିକ ୧୩୦୦ ଲୋକ ମୃତ୍ୟୁବରଣ କରୁଅଛନ୍ତି । ଯାହା ମହାମାରୀ କରୋନାଠାରୁ ଅଧିକ ଉଦ୍ବେଗର କାରଣ । ଲକଡାଉନ ସମୟରେ ଯକ୍ଷ୍ମା ରୋଗୀଙ୍କ ରେକର୍ଡ ସଂଖ୍ୟା ଖୁବ କମ ହୋଇଥିବା ବେଳେ ଚିକିତ୍ସା ଜନିତ ନାନାଦି ଅସୁବିଧା ଉପୁଜୁଥିବା ଲକ୍ଷ୍ୟ କରାଯାଇଛି, ଯାହା ଏହି ପୁରାତନ ରୋଗ ସଂକ୍ରମଣକୁ ଆହୁରି ତୀବ୍ର କରିବାର ସମ୍ଭାବନା ଦେଖା ଦେଇଛି ।

Related posts

କାବୁଲ ବିସ୍ଫୋରଣରେ ଭାରତ ଲିଙ୍କ

mahabharatanews

କ୍ୟାପିଟାଲରେ ଗଡିଲା ଇ-ବସ

mahabharatanews

ମାଟ୍ରିକ ହବ୍ ସେଣ୍ଟରରେ ଅଗ୍ନିକାଣ୍ଡ

mahabharatanews