Uncategorized

ଭାରତରେ ଶୋ’ରଦ୍ଦ କଲେ ପପଷ୍ଟାର ଖଲିଦ୍

(ମହାଭାରତ): ସାରା ବିଶ୍ୱରେ ଏବେ କୋରୋନା ଭାଇରସର ଆତଙ୍କ ଖେଳିଯାଇଛି । ଚୀନର ବୁହାନରୁ ସୃଷ୍ଟି ହୋଇଥିବା ଏହି ଭୟାନକ ରୋଗ ଧୀରେ ଧୀରେ ସାରା ବିଶ୍ୱରେ କାୟା ବିସ୍ତାର କରିବାକୁ ଲାଗିଲାଣି । ଭାରତରେ ଏବେ ସୁଦ୍ଧା ୨୯ଜଣ କୋରୋନା ରୋଗୀ ଚିହ୍ନଟ ହେଲେଣୀ । ତେବେ ଏହାର ପ୍ରଭାବରେ ଅନ୍ତର୍ଜାତୀୟ ପପଷ୍ଟାର ଖାଲିଦ ଭାରତରେ ତାଙ୍କ ଶୋ’କୁ ରଦ୍ଦ କରିଦେଇଛନ୍ତି ।

ଲୋକପ୍ରିୟ ପପଷ୍ଟାର ଖଲିଦ ପ୍ରଥମଥର ପାଇଁ ଭାରତରେ ଶୋ’ କରିଥାନ୍ତେ । ହେଲେ କୋରୋନା ଭାଇରସର ଆତଙ୍କ ତାଙ୍କୁ ବି ଡରାଇଦେଇଛି । ତେଣୁ ସେ ଭାରତରେ ତାଙ୍କ ଶୋ’କୁ କ୍ୟାନସଲ କରିଦେଇଛନ୍ତି । ଗତବର୍ଷ ସେ ସୂଚନା ଦେଇଥିଲେ ଯେ ୨୦୨୦ ଏପ୍ରିଲ ୧୨ରେ ମୁମ୍ବାଇରେ ଓ ଏହାର ୨ଦିନ ପରେ ବେଙ୍ଗାଲୁରୁରେ ସେ ଶୋ’ କରିବେ । ତେବେ ଏବେ ଏହି ଦୁଇଟି ଯାକ ଶୋ’ ରଦ୍ଦ ହୋଇଯାଇଛି । ଏହି ଦୁଇଟି ଶୋ’ ବ୍ୟତୀତ ‘ଖାଲିଦ ଫ୍ରି ସ୍ପିରିଟ୍ ୱାର୍ଲଡ ଟୁର’ ଜରିଆରେ ସେ ବ୍ୟାଙ୍କକ,ସିଙ୍ଗାପୁର, ଜକାର୍ତ୍ତା, ମନିଲା, କୁଆଲାଲଂପୁର , ଟୋକିଓ ସିଓଲ ବି ଯିବାର ଥିଲା । ହେଲେ ଏବେ ସେ ଏସବୁ ଟୁରକୁ ସେ ବାତିଲ କରିଦେଇଛନ୍ତି । ତାଙ୍କ ଟିମ୍ ତରଫରୁ ଏକ ଘୋଷଣା ମଧ୍ୟ କରାଯାଇଛି । ଯେଉଁଥିରେ ଲେଖାଯାଇଛି, ଏସୀୟ ଦେଶମାନଙ୍କରେ ଆଡଭାଇଜରି ତଥା ଯାତ୍ରା ପ୍ରତିବନ୍ଧକ ଯୋଗୁଁ ଖାଲିଦ ଭାରତରେ ତାଙ୍କର ସଙ୍ଗୀତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି । ଏଥିରେ କୁହାଯାଇଛି ତାଙ୍କ ପ୍ରଥମ ପ୍ରାଥମିକତା ହେଉଛି ତାଙ୍କ ଫ୍ୟାନ୍ସ ଓ ତାଙ୍କ ଟିମଙ୍କରର ସୁରକ୍ଷା ।

Related posts

କେରଳରୁ ପାଟଣା ଫେରିଲେ ୧୩ ପ୍ରବାସୀ ଓଡିଆ

mahabharatanews

କୋରୋନା ପାଇଁ ପ୍ରଭାବିତ ହେଉଛି ଶେୟାର ବଜାର

mahabharatanews

ବୃହତ୍ତର ଖଣ୍ଡପୀଠରେ ହେବନି ଧାରା ୩୭୦ ଉଚ୍ଚେଦ ମାମଲାର ଶୁଣାଣି: ସୁପ୍ରିମକୋର୍ଟ

mahabharatanews