Uncategorized

ଭାରତର ଗୁଗୁଲ୍ କର୍ମଚାରୀଙ୍କୁ କୋରୋନା

(ବେଙ୍ଗାଲୁରୁ): ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫ରେ ପହଞ୍ଚିଛି । କେରଳରେ ଆଉ ଦୁଇ ଜଣ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ତେବେ ବେଙ୍ଗାଲୁରୁ ସ୍ଥିତ ଗୁଗୁଲର କାର୍ଯ୍ୟାଳୟରେ କାର୍ଯ୍ୟତର ଜଣେ କର୍ମଚାରୀ ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏନେଇ ଏଠାରେ ଥିବା ଗୁଗୁଲ କାର୍ଯ୍ୟାଳୟ ସୂଚନା ଦେଇଛି । କର୍ମଚାରୀ ଜଣକଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ବେଳେ ସେ କୋରୋନା ପଜିଟିଭ୍ ଥିବା ଜଣାପଡିଥିଲା । ଏହା ପରେ ବେଙ୍ଗାଲୁରୁର ଗୁଗୁଲ କାର୍ଯ୍ୟାଳୟ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି । ଏହି ଭାଇରସ ଅଫିସରେ ନ ବ୍ୟାପିବା ପାଇଁ ଗୁଗୁଲ ଏହାର ସମସ୍ତ କର୍ମଚାରୀମାନଙ୍କୁ ଘରେ ବସି କାମ କରିବାକୁ ନିର୍ଦ୍ଦେଶ ଦେଇଛି । ଉକ୍ତ କର୍ମଚାରୀଙ୍କ ସଂସ୍ପର୍ଶରେ ତାଙ୍କ ସହକର୍ମୀମାନେ ଆସିଥିବା ଆଶଙ୍କା କରି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବା ପାଇଁ ଗୁଗୁଲ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, ଚୀନରୁ ସୃଷ୍ଟି ହୋଇଥିବା ଏହି ଭୟଙ୍କର ଭାଇରସ ବିଶ୍ୱର ପ୍ରାୟ ସମସ୍ତ ଦେଶକୁ ବ୍ୟାପିଛି । ଏଥିରେ ୪ ହଜାରରୁ ଅଧିକ ଲୋକ ଏଯାଏ ମୃତ୍ୟୁବରଣ କରିଥିବା ବେଳେ ୧ ଲକ୍ଷରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ।

Related posts

କେନ୍ଦ୍ର କଟକଣାକୁ ରାଜ୍ୟ କୋହଳ କରି ପାରିବେ ନାହିଁ

mahabharatanews

ନକ୍ସଲଙ୍କ ଆକ୍ରମଣରେ ସହକାରୀ କନେଷ୍ଟବଳ ନିହତ

mahabharatanews

mahabharatanews