ଓଡିଶା

ଭାରତ ବନ୍ଦ: ନବରଙ୍ଗପୁରରେ ରାଜନୈତିକ ଦଳଙ୍କ ସମର୍ଥନ

(ମହାଭାରତ, ନବରଙ୍ଗପୁର): ବିଭିନ୍ନ ଦାବି ନେଇ ବୁଧବାର ଟ୍ରେଡ ୟୁନିଅନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ନବରଙ୍ଗପୁରରେ ଦେଖିବାକୁ ମିଳିଥିଲା । ସହରର ବିଭିନ୍ନ ଛକ ମାନଙ୍କରେ ଜିଲ୍ଲା କୃଷକ ସଂଘ, ଶ୍ରମିକ ସଂଘ ଓ ବିଭିନ୍ନ ସଂଗଠନଗୁଡିକ ରାସ୍ତାକୁ ଓହ୍ଲାଇ ବନ୍ଦ ପାଳନକୁ ସଫଳ କରିଥିଲେ । ଏହି ବନ୍ଦ ପ୍ରଭାବରେ ସହର ଦୋକାନ ବଜାରଗୁଡିକ ବନ୍ଦ ରହିଥିଲା । ଏପରିକି ଗାଡି ଚଳାଚଳ ମଧ୍ୟ କିଛି ମାତ୍ରାରେ ବାଧାପ୍ରାପ୍ତ ହୋଇଥିଲା । ଏହି ବନ୍ଦ ପାଳନକୁ ବିଭିନ୍ନ ରାଜନୈତିକ ଦଳଗୁଡିକ ସମର୍ଥନ କରିଥିଲେ । ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ଛକମାନଙ୍କରେ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା ।

Related posts

ୟୁଜିସି ମାର୍ଗଦର୍ଶିକା ଉପରେ ପୁନର୍ବିଚାର କରିବାକୁ ପତ୍ର ଲେଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

mahabharatanews

ନବୀନଙ୍କ ନୂଆ ଟିମ : ମନ୍ତ୍ରୀମଣ୍ଡଳରେ ପ୍ରଥମେ ଶପଥ ନେଲେ ଜଗନ୍ନାଥ ସାରକା 

mahabharatanews

୫୮ଜଣ ଶ୍ରମିକଙ୍କୁ ସୀମାନ୍ତ ମୋଟୁ ଠାରେ ଡାକ୍ତରୀ ପରୀକ୍ଷା ପରେ କ୍ୱାରେଟାଂଇନ ଗୃହକୁ ପଠାଗଲା

mahabharatanews