ଓଡିଶା

ଭାରତ ବନ୍ଦ: ନବରଙ୍ଗପୁରରେ ରାଜନୈତିକ ଦଳଙ୍କ ସମର୍ଥନ

(ମହାଭାରତ, ନବରଙ୍ଗପୁର): ବିଭିନ୍ନ ଦାବି ନେଇ ବୁଧବାର ଟ୍ରେଡ ୟୁନିଅନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ନବରଙ୍ଗପୁରରେ ଦେଖିବାକୁ ମିଳିଥିଲା । ସହରର ବିଭିନ୍ନ ଛକ ମାନଙ୍କରେ ଜିଲ୍ଲା କୃଷକ ସଂଘ, ଶ୍ରମିକ ସଂଘ ଓ ବିଭିନ୍ନ ସଂଗଠନଗୁଡିକ ରାସ୍ତାକୁ ଓହ୍ଲାଇ ବନ୍ଦ ପାଳନକୁ ସଫଳ କରିଥିଲେ । ଏହି ବନ୍ଦ ପ୍ରଭାବରେ ସହର ଦୋକାନ ବଜାରଗୁଡିକ ବନ୍ଦ ରହିଥିଲା । ଏପରିକି ଗାଡି ଚଳାଚଳ ମଧ୍ୟ କିଛି ମାତ୍ରାରେ ବାଧାପ୍ରାପ୍ତ ହୋଇଥିଲା । ଏହି ବନ୍ଦ ପାଳନକୁ ବିଭିନ୍ନ ରାଜନୈତିକ ଦଳଗୁଡିକ ସମର୍ଥନ କରିଥିଲେ । ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ଛକମାନଙ୍କରେ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା ।

Related posts

ଆଜିଠୁ ଅଲାରନାଥ ଦର୍ଶନ: ଅନବସରରେ ଶ୍ରୀମନ୍ଦିର ବଦଳରେ ବ୍ରହ୍ମଗିରି ମୁହାଁ ଭକ୍ତ

mahabharatanews

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

mahabharatanews

ବିଦ୍ୟାଳୟ ପକ୍ଷରୁ ଶକ୍ତି ସଂରକ୍ଷଣ ଦିବସ ପାଳିତ

mahabharatanews