(ମହାଭାରତ, ପୁରୀ): ମଙ୍ଗଳବାର ପୁରୀର ଭିକ୍ଷୁକମାନେ ନିଆରା ଢଙ୍ଗରେ ହୋଲି ପାଳନ କରିଛନ୍ତି । ସର୍ବୋଦୟ ନଗର ସ୍ଥିତ ରାତ୍ର ଆଶ୍ରୟସ୍ଥଳରେ ଥିବା ଭିକ୍ଷୁକମାନେ ନୀଳାଦ୍ରୀ ଭବନର ଅଧିକାରୀ ଓ କର୍ମଚାରୀଙ୍କ ସହ ହୋଲି ଖେଳିଛନ୍ତି । କିଛି ଦିନ ତଳେ ପୁରୀକୁ ଭିକାରୀ ମୁକ୍ତ ରଖିବା ପାଇଁ ଓ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଭିକ୍ଷୁକମାନଙ୍କୁ ଉଦ୍ଧାର କରି ନୀଳାଦ୍ରୀ ଭବନରେ ଥଇଥାନ କରିଛି । ବଡଦାଣ୍ଡରେ ଦିନେ ଭିକ ମାଗୁଥିବା ଏହି ଭିକ୍ଷୁକମାନେ ଏଥର ହୋଲି ପାଳନ କରି ବେଶ ଆନନ୍ଦିତ ବୋଲି କହିଛନ୍ତି । ସେହପରି ପୁରୀ ବୁଲିବାକୁ ଆସିଥିବା ଜାପାନୀ ପର୍ଯ୍ୟଟକମାନେ ଚକ୍ରତୀର୍ଥ ରୋଡରେ ପରସ୍ପରକୁ ଅବିର ବୋଳି ରଙ୍ଗ ପିଚକାରୀ ମାରି ହୋଲି ଉତ୍ସବ ପାଳନ କରିଛନ୍ତି । ତେବେ ହୋଲି ଖେଳିବା କୋରୋନା ଭାଇରସରୁ ଦୁରେଇ ରହି ସତର୍କତା ଅବଲମ୍ବନ କରିଥିଲେ ଏହି ବିଦେଶୀ ପର୍ଯ୍ୟଟକମାନେ । ପ୍ରତିବର୍ଷ ଜାପାନୀ ପର୍ଯ୍ୟଟକମାନେ ପୁରୀ ଆସି ହୋଲି ପାଳନ କରିଥାନ୍ତି ।
previous post
next post
