ଅପରାଧ

ଭିଜିଲାନ୍ସ ତଦନ୍ତ ପରେ କୋଟିପତି ପ୍ରଧାନ ଶିକ୍ଷକ ଗିରଫ

(ମହାଭାରତ, ଉମରକୋଟ):  ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଜୋଡିଙ୍ଗା ପଞ୍ଚାୟତ ଅନ୍ତର୍ଗତ ବୋରଗାଁ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ପାଣିଗ୍ରାହୀ ଗିରଫ ହୋଇଛନ୍ତି । ଜାନୁଆରୀ ୭ ତାରିଖରେ ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିଲା । ରାଇଘର ସହରରେ ଥିବା ତାଙ୍କର ୩ଟି ବାସଭବନ, ଦୋକାନ ଗୃହ, ଗୋଦାମ ଏବଂ ସ୍କୁଲରେ ଭିଜିଲାନ୍ସ ଅଧିକାରୀମାନେ ଚଢାଉ କରିଥିଲେ । ଏହି ଚଢାଉ ବେଳେ ତାଙ୍କର ଅଢେଇ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ସମ୍ପତ୍ତି ଥିବା ଭିଜିଲାନ୍ସ ଆକଳନ କରିଥିଲା । ତେବେ ସେ ତାଙ୍କ ସମ୍ପୁର୍ଣ୍ଣ ସମ୍ପତ୍ତି ସମ୍ପର୍କରେ ସଠିକ ଓ ସନ୍ତୋଷଜନକ ହିସାବ ଦେଇ ନ ପାରିବାରୁ ଗତ ବୁଧବାର ଭିଜିଲାନ୍ସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ହୋଇଥିବା ପ୍ରଧାନଶିକ୍ଷକଙ୍କର ୨ଟି ୨ ମହଲା କୋଠା, ୬ଟି ପ୍ଲଟ, ୨ଟି ୪ଚକିଆ ଗାଡି, ୨ଟି ବାଇକ, ୭୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ବ୍ୟାଙ୍କ ଡିପୋଜିଟ ଓ ୬ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଜବତ ହୋଇଛି । ସୂଚନାଯୋଗ୍ୟ, ଗତ ୭ ତାରିଖରେ ଭିଜିଲାନ୍ସର ୫ଟି ଟିମ ଏହି ଚଢାଉ କରିଥିଲେ ।

Related posts

୬୦ ବର୍ଷର ବୃଦ୍ଧାଙ୍କୁ ଦୁଷ୍କର୍ମ

mahabharatanews

ଓଡିଶା ପୋଲିସ ସବ-ଇନ୍‌ସ୍ପେକ୍ଟର ନିଯୁକ୍ତି ପରୀକ୍ଷା ଦୁର୍ନୀତିର ଅନୁସନ୍ଧାନ କରିବ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ

mahabharatanews

ବଙ୍ଗୀୟ ମହିଳାଙ୍କୁ ଦୁର୍ବ୍ୟବହାର

mahabharatanews