(ସୁବର୍ଣ୍ଣପୁର): ସୁବର୍ଣ୍ଣପୁର ଜଙ୍ଗଲରେ ଚୋରା ଦେଶୀ ମଦ ପ୍ରସ୍ତୁତ।ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଜଙ୍ଗଲ ଅଞ୍ଚଳରେ ଦେଶୀ ମଦ ପ୍ରସ୍ତୁତ ହେଉଛି।ମଦ ବ୍ୟବସାୟ କରୁଥିବା ଲୋକମାନେ ଜଙ୍ଗଲକୁ ନିରାପଦ ସ୍ଥାନ ଭାବି ବଡଯୋର ଜଙ୍ଗଲ ନାଳ,ଝରଣା ନିକଟରେ ମଦ ପ୍ରସ୍ତୁତ କରୁଛନ୍ତି।ଏହା ବନ୍ଦ କରାନଗଲେ ବିଶାକ୍ତ ମଦ ପିଇ ଲୋକମାନେ ମୄତ୍ୟୁ ବରଣ କରୁଛନ୍ତି।ଆଜି ସକାଳୁ ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ଜିଲ୍ଲା ଅବକାରୀ ଅଧିକ୍ଷକ ସାମୁଏଲ ଏକା ଙ୍କର ନିର୍ଦ୍ଦେଶ କ୍ରମେ ଏକ ଟିମ ଗଠନ କରି ଅବକାରୀ ନିରୀକ୍ଷକ ପ୍ରଶାନ୍ତ କୁମାର କହଁର ,ଏଏସଆଇ ବନମାଳୀ ରଣା, କିର୍ତନ ନାଏକ, ଏଏସଆଇ ସବିତା ପଟ୍ଟନାୟକ, କନେଷ୍ଟବଳ ପୄଥିରାଜ କହଁର, ପିଣ୍ଟୁ ସାହୁ ଙ୍କ ସହ ଉରବି ମାଝି ଆଜି ସକାଳ ୮ ଘଣ୍ଟା ସମୟରେ ତରଭା ବ୍ଳକର ବଡଯୋର ଏବଂ ବାଲିପଟା ଜଙ୍ଗଲ ନିକଟରେ ଥିବା ନାଳ ଉପରେ ଚଢ଼ାଉ କରିଥିଲେ । ଚଢାଉ ସମୟରେ ସୋନପୁର ଅବକାରୀ ବିଭାଗ ପକ୍ଷରୁ ୨୬୦୦ କେଜି ପୋଚ ନଷ୍ଟ କରିଥିବା ସହ ୮୦ ଲିଟର ରନ୍ଧା ଦେଶୀ ମଦ ନଷ୍ଟ କରାଯାଇଛି।ସେହିପରି ମଦ ରନ୍ଧା ପାଇଁ ବ୍ୟବହୃତ ଆଲୁମିନିୟମ ହାଣ୍ଡି ଓ ପ୍ଲାଷ୍ଟିକ ଡ୍ରମ ଗୁଡିକ ଜବତ କରାଯାଇଛି।କୈାଣସି ସୂତ୍ରରୁ ଖବର ପାଇ ଅଭିଯୁକ୍ତ ମାନେ ଘଟଣା ସ୍ତଳରୁ ଫେରାର ହୋଇଯାଇଥିଲେ।ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ ନଥିବା ଜଣାପଡିଛି।
previous post